ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ ଏବଂ ସଇଫ୍ ଅଲ୍ଲୀ ଖାନ୍ଙ୍କ ପୁତ୍ର ତୈମୁରଙ୍କୁ କିଏ ବା ନଜାଣେ? ବଲିଉଡ୍ ପ୍ରତି ତାଙ୍କର ଏପର୍ଯ୍ୟନ୍ତ କିଛି ଅବଦାନ ନଥିବା ସତ୍ତ୍ୱେ ଷ୍ଟାର୍ କିଡ୍ ଭାବେ କିନ୍ତୁ ସେ ଲୋକପ୍ରିୟ। ତୈମୁରଙ୍କ କ୍ୟୁଟ୍ ଲୁକ୍ ଦର୍ଶକମାନଙ୍କୁ ଖୁବ୍ ପସନ୍ଦ ଆସେ। ସେଥିପାଇଁ ତ ଫଟୋ ଜର୍ଣ୍ଣାଲିଷ୍ଟମାନେ ତୈମୁରଙ୍କୁ ଯେଉଁଠି ଦେଖନ୍ତି ତାଙ୍କର ଫଟୋ ନିଆନ୍ତି ଏବଂ ସେସବୁକୁ ସୋଶାଲ୍ ମିଡିଆରେ ଶେଆର କରନ୍ତି। ତେବେ ଆପଣ ତୈମୁରଙ୍କ ଫଟୋ କିମ୍ବା ଭିଡିଓ ଦେଖିବା ସମୟରେ ତାଙ୍କ ପାଖରେ ଜଣେ ନାନୀ ବା ଧାଇଙ୍କୁ ଦେଖିଥିବେ। ଯେ ଧଳା ରଙ୍ଗର ଏକ ଲମ୍ବା ସାର୍ଟ ଏବଂ ଜେନିମ୍ ପ୍ୟାଣ୍ଟ ପିନ୍ଧି ତାଙ୍କ ପାଖରେ ଠିଆ ହୋଇଥିବେ। ତାଙ୍କୁ ତୈମୁରଙ୍କ ଯତ୍ନ ନେବା ପାଇଁ ରଖାଯାଇଛି।
ତେବେ ଆପଣ ଜାଣନ୍ତି କି ତୈମୁରଙ୍କ ଯତ୍ନ ନେବା ପାଇଁ ମାସିକ ତାଙ୍କୁ କେତେ ଟଙ୍କା ମିଳିଥାଏ? ନିକଟରେ ପିଙ୍କଭିଲ୍ଲାକୁ ଦେଇଥିବା ଏକ ସାକ୍ଷାତକାରରେ କରିନା ଏହାର ଖୁଲାସା କରିଥିଲେ। ବେବୋ କହିଥିଲେ, ତାଙ୍କୁ ମାସିକ ୧,୫୦,୦୦୦ରୁ ଅଧିକ ଟଙ୍କା ମିଳେ।
କରିନା ଅନ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ ପିଲାମାନଙ୍କର ସୁରକ୍ଷାର ମୁଲ୍ୟ ନଥାଏ। ଆପଣଙ୍କର ସମସ୍ତ ଧ୍ୟାନ ପିଲାର ସୁରକ୍ଷା ଉପରେ ଯିବାକଥା। କରିନାଙ୍କୁ ତୈମୁରଙ୍କ ପାଖରେ ରହିବାକୁ ଭଲ ଲାଗେ।
ଏମିତି ମଧ୍ୟ ଶୁଣିବାକୁ ମିଳିଛି ତୈମୁରକୁ ସମୟ ଦେବା ପାଇଁ କରିନା ଅଧିକ ଦିନ ପାଇଁ ବିଦେଶ ଶୁଟିଂରେ ଯାଆନ୍ତିନାହିଁ। ଏହି କାରଣ ପାଇଁ ସେ କିଛି ଫିଲ୍ମ ମଧ୍ୟ ହରାଇଛନ୍ତି।
from Odisha Reporter https://ift.tt/386sI9P
No comments:
Post a Comment