କେନ୍ଦ୍ରମନ୍ତ୍ରୀଙ୍କ ‘ଦେଶଦ୍ରୋହୀଙ୍କୁ ଗୁଳି ମାର’ ସ୍ଲୋଗାନ, ରିପୋର୍ଟ ମାଗିଲେ ପୋଲ୍ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 27, 2020

କେନ୍ଦ୍ରମନ୍ତ୍ରୀଙ୍କ ‘ଦେଶଦ୍ରୋହୀଙ୍କୁ ଗୁଳି ମାର’ ସ୍ଲୋଗାନ, ରିପୋର୍ଟ ମାଗିଲେ ପୋଲ୍ ଅଧିକାରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଦିଲ୍ଲୀ ନିର୍ବାଚନ କମିଶନ ଏ ନେଇ ରିପୋର୍ଟ ମାଗିଛନ୍ତି। ସୋମବାର ନର୍ଥ ଓ୍ୱେଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ଅନୁରାଗ ଠାକୁର କହିଥିଲେ, ‘ଦେଶଦ୍ରୋହୀଙ୍କୁ ଗୁଳି ମାର’। ଏହାପରେ ଉପସ୍ଥିତ ଲୋକମାନେ ‘ଗୁଳି ମାର …ଙ୍କୁ’ କହିଥିଲେ।

ଜବାବରେ ଅନୁରାଗ କହିଛନ୍ତି, ‘ସେହି ଭିଡିଓଟିକୁ ପ୍ରଥମେ ଦେଖିବାର ଅଛି, ଦିଲ୍ଲୀବାସୀଙ୍କ ମୁଡକୁ ଏ ନେଇ ସମୀକ୍ଷା କରିବାର ଅଛି’।

ସୂଚନା ଅନୁଯାୟୀ ଅନୁରାଗ ଠାକୁର ଦେଇଥିବା ବିବାଦୀୟ ସ୍ଲୋଗାନ ଦିଲ୍ଲୀ ଜେଏନୟୁ ଆକ୍ରମଣ, ମହାରାଷ୍ଟ୍ରର ସିଏଏ ସମର୍ଥନ ରାଲିରେ ଶୁଣିବାକୁ ମିଳିଥିଲା।

ଅନୁରାଗଙ୍କ ପୂର୍ବରୁ ଆପ୍ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ନେତା କପିଲ ମିଶ୍ରା ଟୁଇଟ କରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଶାହିନ ବାଗକୁ ମିନି ପାକିସ୍ତାନ। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ-ପାକିସ୍ତାନ ସହ ତୁଳନା କରି ଟୁଇଟ୍ କରିଥିଲେ କପିଲ ମିଶ୍ରା। ଏହାପରେ ଜାନୁଆରୀ ୨୫ ସନ୍ଧ୍ୟା ୫ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମଡ଼େଲ ଟାଉନ ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ।

ସୂଚନାଯୋଗ୍ୟ, ଫେବୃଆରୀ ୮ରେ ଦିଲ୍ଲୀର ୭୦ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ଫେବୃଆରୀ ୧୧ରେ ଭୋଟ ଗଣତି ହେବ।



from Odisha Reporter https://ift.tt/2tVihrh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages