ବାହାଘର ଭୋଜି ଖାଇ ୬୦ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 27, 2020

ବାହାଘର ଭୋଜି ଖାଇ ୬୦ ଅସୁସ୍ଥ

ବାରିପଦା(ମାଣିକଲାଲ ପାଣି): ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ  ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ।  ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।  ଆଜି ସକାଳୁ ବହୁ ଜଣ ଘରକୁ ଫେରିଥିବା ଜଣାଯାଇଛି।   

ଗତକାଲି ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଊର୍ଦ୍ଧ୍ୱ ଜଣଙ୍କର ବାନ୍ତି ସହ ପେଟବ୍ୟଥା ଆରମ୍ଭ ହୋଇଥିଲା। ସେମାନଙ୍କ ମଧ୍ୟରେ ପୁରୁଷମହିଳା  ୪୭ ଜଣ ଥିବା ବେଳେ ଅବଶିଷ୍ଟ ପିଲା ଥିଲେ।

 



from Odisha Reporter https://ift.tt/2vnrAAx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages