ଜଳେଶ୍ୱର(ଅଜିତ ଦାସ ): ବାଲେଶ୍ୱର ଜିଲ୍ଲା ଗୁଡ଼ିଖାଳ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୨ ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ୧୦୨ ଜନନୀ ଏକ୍ସପ୍ରେସ ରୋଗୀଙ୍କୁ ବାଲେଶ୍ୱର ହସ୍ପିଟାଲରେ ଛାଡ଼ି ଭୋଗରାଇ ଫେରୁଥିଲା। ଜାତୀୟ ରାଜପଥରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
from Odisha Reporter https://ift.tt/2sZjP2W
No comments:
Post a Comment