ଚକ୍ରାୟୁଦ୍ଧ ଓ ତାଙ୍କ ସଫଳତାର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ଚକ୍ରାୟୁଦ୍ଧ ଓ ତାଙ୍କ ସଫଳତାର କାହାଣୀ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପଲିଥିନ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରୟାସ ଚାଲିଛି। ଏହା ଉପରେ କଟକଣା ଜାରି କରାଯାଇଛି। ବହୁ ସଚେତନ ନାଗରିକ ଓ ବ୍ୟବସାୟୀ ପଲିଥିନ୍ ବ୍ୟବହାର କରୁ ନଥିବା ବେଳେ ଏହାର ବିକଳ୍ପ ଭାବେ କାଗଜ ଓ କପଡ଼ା ବ୍ୟାଗ୍ ବ୍ୟବହାର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁରର ଜଣେ ଯୁବକ କାଗଜ ଓ କପଡ଼ା ବ୍ୟାଗ୍ ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହେବା ସହ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଯୁବ ଉଦ୍ୟୋଗୀଙ୍କ ନାଁ ଚକ୍ରାୟୁଦ୍ଧ ନାଏକ।

ବର୍ଷକ ତଳେ ପିଏମ୍‌ଇଜିପିରେ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କାର ଋଣ ଆଣି ସେ ଆରମ୍ଭ କରିଥିଲେ ଏହି ଲଘୁ ଉଦ୍ୟୋଗ। ଏହାର ନାଁ ଦେଇଥିଲେ ପୁଷ୍ପଲତା ଏଣ୍ଟରପ୍ରାଇଜେସ୍‌। ଏଥିରେ ଅତ୍ୟାଧୁନିକ ମେସିନ୍‌ରେ ଉଭୟ କପଡ଼ା ଓ କାଗଜର ବ୍ୟାଗ୍ ତିଆରି କରାଯାଉଛି। ବିଭିନ୍ନ ଆକାର ଓ ରଙ୍ଗର କପଡ଼ା ବ୍ୟାଗ୍‌ ସହିତ ଏଠାରେ କାଗଜର ଠୁଙ୍ଗା ମଧ୍ୟ ତିଆରି କରାଯାଉଛି। ଏଥିପାଇଁ ସେ ୧୨ ଜଣ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ବର୍ଷକ ମଧ୍ୟରେ ତାଙ୍କ ବ୍ୟବସାୟ ବେଶ୍ ଭଲ ଆଗେଇଛି। ରାଜ୍ୟ ବାହାରକୁ ମଧ୍ୟ ସେ ତାଙ୍କ ଉତ୍ପାଦ ପଠାଇବାରେ ସଫଳ ହୋଇଛନ୍ତି। ଏହା ସହିତ ସେ ନିଜ କାମକୁ ନେଇ ଖୁସି ଅଛନ୍ତି।

ଚକ୍ରାୟୁଦ୍ଧ ନାଏକ

ଚକ୍ରାୟୁଦ୍ଧ କହିଛନ୍ତି, “ମୁଁ ପାଠ ପଢ଼ିବା ପରେ ଚାକିରି ମିଳୁ ନଥିବାରୁ ନିଜ ଉପରେ ଭରସା କରି ବ୍ୟବସାୟ କରିବାକୁ ଚିନ୍ତା କରିଥିଲି। ତେଣୁ ମୁଁ ବ୍ୟାଙ୍କ୍ ଅଫ୍ ବରୋଦାକୁ ଯାଇଥିଲି ଋଣ ସମ୍ପର୍କରେ ବୁଝିବାକୁ। ସେଠାରେ ବ୍ୟାଙ୍କ ଅଧିକାରୀମାନେ ମୋତେ ପିଏମ୍‌ଇଜିପି ବିଷୟରେ କହିଥିଲେ। ମୁଁ ଏହି ସ୍କିମ୍‌ରେ ଋଣ ପାଇଁ ଦରଖାସ୍ତ ଦେଇଥିଲି। ମାସେ ଭିତରେ ବ୍ୟାଙ୍କ ମୋତେ ୨୫ ଲକ୍ଷ ଟଙ୍କା ଲୋନ୍‌ ଦେଲା। ଏହି ଟଙ୍କା ନେଇ ମୁଁ ବ୍ୟବସାୟ ଆରମ୍ଭ କଲି। କାଗଜ ମାଟିରେ ମିଶି ଯାଉଛି। କପଡ଼ା ମଧ୍ୟ ମାଟିରେ ମିଶିଯିବ। ତେଣୁ ମୁଁ ଗ୍ରୋସେରୀ ଦୋକାନମାନଙ୍କ ପାଇଁ ବିଭିନ୍ନ ଆକାରର କାଗଜ ଠୁଙ୍ଗା ଓ କପଡ଼ା ଦୋକନ ପାଇଁ କପଡ଼ା ବ୍ୟାଗ୍‌ ତିଆରି କଲି। ଏହିସବୁ ଜିନିଷ ରାଜ୍ୟର ସବୁ ଜିଲ୍ଲାକୁ ଯାଉଛି। ଏଥିସହ ଗୋଆ, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ମଧ୍ୟ ପଠାଯାଉଛି। ଏବେ ବେଙ୍ଗାଲୁରୁରୁ ମଧ୍ୟ କିଛି ଅର୍ଡର ପାଇଛୁ। ଏହି ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ମୁଁ ଚେଷ୍ଟା ଚଳାଇଛି।”

ଏହି କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି, “ଆଗରୁ ମୁଁ ଲୁଗା ବୁଣୁଥୁଲି। ହେଲେ ଲୁଗା ବୁଣି ପରିବାର ଚଳାଇବାରେ କଷ୍ଟ ହେଲା। ହେଲେ ଏଠାରେ କାମ କରି ପରିବାର ଚଳାଇ ପାରୁଛି।”

ସେହିଭଳି ସୂର୍ଯ୍ୟକାନ୍ତ ନାଏକ ନାମକ ଅନ୍ୟ ଜଣେ କର୍ମଚାରୀ କହିଛନ୍ତି, “ମୁଁ ପୂର୍ବରୁ ଭୁବନେଶ୍ୱରରେ ପେପର୍ ବ୍ୟାଗ୍‌ ମେସିନ୍ ଚଲାଉଥିଲି। ଏଠି ପେପର ଓ କପଡ଼ା ବ୍ୟାଗ୍‌ କାମ କରୁଛି। ଏଠି କାମ କରିବାକୁ ଖୁସି ଲାଗୁଛି।”

 

 



from Odisha Reporter https://ift.tt/37wnfcf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages