ହାଟରୁ ଫେରୁଥିଲା ନାବାଳିକା, ଟେକିନେଲେ ୨ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ହାଟରୁ ଫେରୁଥିଲା ନାବାଳିକା, ଟେକିନେଲେ ୨ ଯୁବକ

କେନ୍ଦୁଝର(ପ୍ରଣୟ ପାଣି): ହାଟରୁ ଲେମ୍ବୁ ବିକି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ। ଏହାପରେ ବାଇକ୍‌ରେ ୨ ଯୁବକ ନାବାଳିକାକୁ ନେଇଯାଉଥିବା ବେଳେ ଦୁର୍ଘଟଣା ଘଟି ପିଡ଼ିତା ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଗତକାଲି ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ପିଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ,  ଗତକାଲି ତାଙ୍କ ୨ ଝିଅ  ଅପରାହ୍ନ ପ୍ରାୟ ୪ଟା ବେଳେ  ହାଟକୁ ଲେମ୍ବୁ ବିକିବାକୁ ଯାଇଥିଲେ। କିଛି ସମୟ ପରେ ସାନ ଝିଅଟି ଏକୁଟିଆ ଘରକୁ ଫେରୁଥିବା ବେଳେ ବାଟରେ ୨ ଯୁବକ ବାଇକ୍‌ରେ ତାକୁ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ଏହାପରେ ଦୁଷ୍କର୍ମ କରି ବାଇକ୍‌ରେ ଆଣୁଥିବା ବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଝିଅର ଗୋଡ଼ ଭାଙ୍ଗି ଯାଇଛି। ଝିଅଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିବା ବେଳେ ଅଭିଯୁକ୍ତଦ୍ୱୟ ବାଇକ୍‌ ଧରି ଫେରାର ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ନାବାଳିକାକୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ କେନ୍ଦୁଝର one stop ସଖୀ ସହାୟତାରେ ଝୁମ୍ପୁରା ଥାନାରେ ଏତଲା ଦିଆଯିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।  ମେଡିକାଲ ବେଡରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଝିଅର ଏପରି ଅବସ୍ଥା କରିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପିଡ଼ିତାଙ୍କ  ମା’ । ଅପରପକ୍ଷେ ଘଟଣାର ତଦନ୍ତ କରି ଖୁବ ଶୀଘ୍ର ଦୋଷୀକୁ ଧରାଯିବ ବୋଲି କେନ୍ଦୁଝର ଜିଲ୍ଲାର ଡିଏସ୍‌ପି କ୍ରାଇମ ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି ।

 



from Odisha Reporter https://ift.tt/2rYrcY8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages