ମୁମ୍ବାଇ: ବଲିଉଡ୍ର ହଟ୍ କୁଇନ୍ ନୋରା ଫତେହି ଗୋଟିଏ ପରେ ଗୋଟିଏ ଜବରଦସ୍ତ ଆଇଟମ୍ ନମ୍ବର ଦେଇ ବଲିଉଡ୍ରେ ନିଜର ଜାଗା ବନେଇସାରିଲେଣି। ତେବେ ନିଜର କାତିଲାନା ଅନ୍ଦାଜ୍ ଓ ଜବରଦସ୍ତ ଡ୍ୟାନ୍ସରେ ଧୂମ୍ ମଚାଇବା ପରେ ଏବେ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର୍’ରେ ତାଙ୍କର ଅଭିନୟ ଦେଖିବାକୁ ମିଳିବ। ଏସବୁ ଭିତରେ ଆଉ ଏକ ଖବର ମଧ୍ୟ ମିଳିଛି। ନୋରାଙ୍କ ହାତକୁ ଆସିଛି ଏକ ବଡ଼ ପ୍ରୋଜେକ୍ଟ। ଏଥିରେ ସେ ପରିଣୀତି ଚୋପ୍ରାଙ୍କୁ ରିପ୍ଲେସ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ଅଜୟ ଦେବ୍ଗନଙ୍କ ଅପକମିଂ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ପୂର୍ବରୁ ପରିଣୀତି ଚୋପ୍ରାଙ୍କୁ ଲିଡ୍ ହିରୋଇନ୍ ଭାବେ ଫାଇନାଲ୍ କରାଯାଇଥିଲା। ହେଲେ ଏବେ ତାଙ୍କୁ ରିପ୍ଲେସ୍ କରିଛନ୍ତି ନୋରା ଫତେହି। କୁହାଯାଉଛି, ପରିଣୀତି ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମକୁ ସମୟ ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାପରେ ନିର୍ମାତା ଏହି ରୋଲ୍ ପାଇଁ ନୋରାଙ୍କୁ ବାଛିଛନ୍ତି। ସେ ଜାନୁଆରୀ ୧୨ ତାରିଖ ପରେ ଫିଲ୍ମର ଶୁଟିଂ ଆରମ୍ଭ କରିବେ।
It’s a privilege to present @ajaydevgn sir’s first look as Sq. Ld. Vijay Karnik from my upcoming directorial film #BhujThePrideOfIndia . #14Aug2020. pic.twitter.com/5pZiORdXjs
— Abhishekdudhaiya (@AbhishekDudhai6) January 1, 2020
ସୂଚନାଯୋଗ୍ୟ, ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ଦୁଧୈୟା।୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳର ଏକ ସତ ଘଟଣାକୁ ନେଇ ଏହି ଫିଲ୍ମ ତିଆରି ହେଉଛି। ଏଥିରେ ଅଜୟ ଦେବଗନ୍ ୱିଙ୍ଗ୍ କମାଣ୍ଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ବିଜୟ କାର୍ଣ୍ଣିକ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ ଏୟାରବେସର ଦାୟିତ୍ୱରେ ଥିଲେ। ପାକିସ୍ତାନ ସୈନ୍ୟ ଏହି ଏୟାରବେସ୍ ଉପରେ ଆକ୍ରମଣ କରିଥିଲା। ଏହାପରେ ମଧ୍ୟ କାର୍ଣ୍ଣିକ ନିଜର ଅପରେସନ୍ ଜାରି ରଖିଥିଲେ। ତାଙ୍କର ଏହି ବୀରତ୍ୱ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମଟି ଅଗଷ୍ଟ ମାସ ୧୪ ତାରିଖରେ ରିଲିଜ୍ ହେବ।
from Odisha Reporter https://ift.tt/2ZR9vX2
No comments:
Post a Comment