କୋରାନା ଭାଇରାସ ଆତଙ୍କ: ମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଫସିଛନ୍ତି ୨୫ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 23, 2020

କୋରାନା ଭାଇରାସ ଆତଙ୍କ: ମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଫସିଛନ୍ତି ୨୫ ଭାରତୀୟ

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା ଭାଇରସ ଏବେ ବିଶ୍ୱରେ ଆତଙ୍କ ଖେଳାଇବା ଆରମ୍ଭ କରିଛି। ଏହି ଭୟଙ୍କର ଭାଇରସ ଯୋଗୁ ଚାଇନାରେ ଏଯାଏ ୨୫ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ୮୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଚାଇନା ନୁହେଁ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଏହି ଭୂତାଣୁ ଧୀରେଧୀରେ ବ୍ୟାପିବା ଆରମ୍ଭ କରିଛି।

ସେହିପରି ଚାଇନାର ଉହାନରେ ୨୫ ଜଣ ଭାରତୀୟ ଫସି ଯାଇଛନ୍ତି। ସେମାନେ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ କେରଳରୁ ୨୦ ଜଣ ରହିଛନ୍ତି। ଚାଇନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ “ଆମେ ଚାଇନାରେ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ନଜର ରଖିଛୁ। ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ପାଳନ କରୁଛୁ। ଉହାନରେ ଥିବା ଭାରତୀୟଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଚାଇନା ଅଧିକାରୀମାନେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଉହାନ ଓ ହୁବେଇ ପ୍ରଦେଶରେ ଥିବା ଭାରତୀୟ ସହ ଆମେ ଯୋଗାଯୋଗ ରଖିଛୁ।”

ଉହାନ ଓ ଚାଇନାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨ ଜଣ ଭାରତୀୟଙ୍କୁ କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରରେ ଏହି ଭୂତାଣୁ ପ୍ରବେଶ କରିଛି କି ନାହିଁ, ତା’ର ପରୀକ୍ଷା କରାଯାଉଛି। ଚାଇନାର ନ୍ୟାଶନାଲ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ କୋରାନା ଭାଇରସରେ ୮୩୦ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଉହାନ ସହରରେ ହିଁ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା। ତେଣୁ ସେଠାକାର ଲୋକ ହିଁ ଅଧିକ ପ୍ରଭାବିତ ହୋଇଛନ୍ତି। ସ୍ଥିତି ବିଗୁଡ଼ୁ ଥିବାରୁ ଚାଇନାର ଉହାନ, ହୁଆଗାଙ୍ଗ ଓ ଇଜୋଉରେ ପରିବହନ ଓ ବ୍ୟବସାୟିକ କାରବାରକୁ ବନ୍ଦ କରିଦିଆଯାଇଛି।

ଉହାନରେ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଚାଇନାରୁ ଏହି ଭୂତାଣୁ ଅନ୍ୟ ଦେଶକୁ ବ୍ୟାପିବା ଆରମ୍ଭ କରିଛି। ସାଉଦି ଆରବରେ ଥିବା ଜଣେ ଭାରତୀୟ ନର୍ସରେ ଏହି କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଥାଇଲ୍ୟାଣ୍ଡ, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ଭଳି ୭ଟି ଦେଶରେ ମଧ୍ୟ ଏହି ଭୂତାଣୁ ବ୍ୟାପିଛି।



from Odisha Reporter https://ift.tt/36ijXrT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages