ମୁମ୍ୱାଇ : ଟେଲି ଅଭିନେତ୍ରୀ ଅନିତା ହସନନ୍ଦାନୀ ପୁଣିଥରେ ସିରିଏଲ୍ ‘ନାଗିନ୍ ୪’କୁ ଫେରି ଆସିଛନ୍ତି। ଟ୍ୱିଟ୍ କରି ଏକତା କପୁର ଏହି ସୂଚନା ଦେଇଛନ୍ତି। ‘ନାଗିନ୍ ୩’ରେ ଅନିତା ‘ଭିସ୍’ ଚରିତ୍ରରେ ଅଭିନୟ କରିଥିଲେ।
ଏହାକୁ ନେଇ ଅନିତା କହିଛନ୍ତି, ‘ଅଲୌକିକ ଶକ୍ତି ମୋତେ ସର୍ବଦା ଉତ୍ସାହିତ କରିଥାଏ। କିଛି ଲୋକ ଏହି ଅଲୌକିକ ଶକ୍ତିରେ ବିଶ୍ୱାସ ରଖନ୍ତି ନାହିଁ। କିନ୍ତୁ ମୋ ପରିବାରରେ ସମସ୍ତେ ଶୋ’କୁ ଦେଖିଥା’ନ୍ତି। ଯାତ୍ରା ସମୟରେ ମୁଁ ଏପରି ଅନେକ ଲୋକଙ୍କ ସହିତ ମିଶିଛି, ବିଶେଷ କରି ଛୋଟପିଲା ମୋ ଶୋ’ ଦେଖିବା ପାଇଁ ପସନ୍ଦ କରନ୍ତି। କାହିଁକିନା ଅଲୌକିକ ଶକ୍ତି ବିଷୟରେ ସେମାନେ ଜାଣିବା ପାଇଁ ବେଶ୍ ଆଗ୍ରହୀ। ମୋତେ ଲାଗୁନାହିଁ ଯେ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ମୁଁ କେବେ ଥକି ପଡ଼ିବି।’
‘ନାଗିନ୍ ୪’ରେ ଅନିତାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏହାକୁ ନେଇ ସେ କହିଛନ୍ତି, ‘ନାଗିନ୍ ରୂପରେ ସଜେଇ ହେବା ପାଇଁ ପୋଷାକ ସହିତ ମୋତେ ଚମଡ଼ା ବ୍ଲାଉଜ୍ ପିନ୍ଧିବାକୁ ପଡ଼େ। ଏଥିପାଇଁ ମୋତେ ୨ ଘଣ୍ଟା ସମୟ ଲାଗିଥାଏ। ଯେଉଁ ସମୟ ସୋଶାଲ୍ ଡ୍ରାମାଠାରୁ ମଧ୍ୟ ଅଧିକ।’
ନକାରାତ୍ମର ଚରିତ୍ରରେ ଅଭିନୟ କରିବା ପାଇଁ ସେ ପସନ୍ଦ କରିଥାନ୍ତି ବୋଲି ଅନିତା କହିଛନ୍ତି।
ସୂଚନାଯୋଗ୍ୟ, ଏକତା କପୁରଙ୍କ ଟିଭି ଶୋ ନାଗିନ୍କୁ ଦର୍ଶକେ ବେଶ୍ ପସନ୍ଦ କରିଥା’ନ୍ତି। ନାଗିନ୍ର ତିନୋଟି ସିଜନ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଟିଆର୍ପି ଲିଷ୍ଟରେ ବି ଶୋ ଆଗରେ ରହିଥିଲା।
from Odisha Reporter https://ift.tt/2RIVY00
No comments:
Post a Comment