ନିଜକୁ ଅନୁରାଧା ପୌଡ଼ୱାଲଙ୍କ ଝିଅ ବୋଲି ଦାବି କଲେ ଏହି ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ନିଜକୁ ଅନୁରାଧା ପୌଡ଼ୱାଲଙ୍କ ଝିଅ ବୋଲି ଦାବି କଲେ ଏହି ମହିଳା

ଥିରୁଅନନ୍ତପୁରମ୍: କେରଳର ଥିରୁଅନନ୍ତପୁରମ୍‌ର ଜଣେ ୪୫ ବର୍ଷୀୟା ମହିଳା ନିଜକୁ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଗାୟିକା ଅନୁରାଧା ପୌଡ଼ୱାଲ୍‌ଙ୍କ ଝିଅ ବୋଲି ଦାବି କରିଛନ୍ତି। ଏହି ମହିଳାଙ୍କ ନାମ କରମାଳା ମୋଡେକ୍ସ। ବୁଧବାର ସେ ଏନେଇ ଜିଲ୍ଲା ଫ୍ୟାମିଲି କୋର୍ଟରେ ପିଟିସନ୍ ଦାଏର କରିଛନ୍ତି। ଅନୁରାଧାଙ୍କ ସମ୍ପତ୍ତିରୁ ସେ ଭାଗ ମାଗିଛନ୍ତି। ତା’ସହିତ ତାଙ୍କ ବାୟୋଲୋଜିକାଲ ବାପାମା’ଙ୍କ ଠାରୁ ୫୦ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି। ଆଉ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଥିରୁଅନନ୍ତପୁରମ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ କରମାଳା କହିଥିଲେ ଯେ ଅରୁଣ ଓ ଅନୁରାଧା ପୌଡ଼ୱାଲ୍‌ ତାଙ୍କର ବାୟୋଲୋଜିକାଲ୍‌ ବାପାମା’। ସେମାନେ ୧୯୬୯ ବିବାହ କରିଥିଲେ ଏବଂ ୧୯୭୪ ତାଙ୍କର ଜନ୍ମ ହୋଇଥିଲା। ବାପାମା’ ତାଙ୍କୁ ଲାଳନପାଳନ କରିବା ପାଇଁ ପୋନ୍ନାଚନ୍‌ ଓ ଏଗ୍ନେସ୍‌ଙ୍କ ହାତରେ ଟେକି ଦେଇଥିଲେ। ଗାୟିକା ଭାବେ ବ୍ୟସ୍ତ ସିଡ୍ୟୁଲ୍ ଯୋଗୁ ତାଙ୍କୁ ଲାଳନପାଳନ କରିପାରିବେନି ବୋଲି ତାଙ୍କ ବାପାମା’ ଏମିତି ନିଷ୍ପତ୍ତି ନେଇଥିଲେ।

କରମାଳାଙ୍କ ଦାବି ଅନୁଯାୟୀ, ପୋନ୍ନାଚନ୍‌ ଓ ଏଗ୍ନେସ୍‌ ହେଉଛନ୍ତି ଅନୁରାଧାଙ୍କ ପାରିବାରିକ ବନ୍ଧୁ। ସେମାନଙ୍କ ତିନି ଛୁଆଙ୍କ ସହିତ ସେ ବଢ଼ିଥିଲେ। ହେଲେ ଚାରି ଜଣ ଛୁଆଙ୍କ ଲାଳନପାଳନ କରିବାରେ ସେମାନଙ୍କୁ ବହୁତ ଅସୁବିଧା ହେଉଥିଲା। ସେଥିପାଇଁ ସେ କେବଳ ଦଶମ ପର୍ଯ୍ୟନ୍ତ ପଢ଼ିପାରିଲେ। ତାଙ୍କ ବାୟୋଲୋଜିକାଲ୍ ବାପାମା’ଙ୍କ ଯୋଗୁ ଯୌବନ ପର୍ଯ୍ୟନ୍ତ ସେ ଏକ ଉତ୍ତମ ଜୀବନ ଜିଇଁବାରୁ ବଞ୍ଚିତ ହୋଇଥିବାରୁ ସେ ୫୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

କରମାଳା ଆହୁରି କହିଥିଲେ ଯେ ମାତ୍ର ତିନି ବର୍ଷ ତଳେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ତାଙ୍କର ପାଳିତ ପିତା ପୋନ୍ନାଚନ୍ ମୃତ୍ୟୁ ପୂର୍ବରୁ ତାଙ୍କୁ ଏ କଥା କହିଥିଲେ। ଏହା ପରେ ସେ ଅନୁରାଧା ପୌଡ଼ୱାଲଙ୍କୁ ଅନେକ ଥର ଭେଟିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ତାଙ୍କୁ କେବେ ଭେଟିବାକୁ ଦିଆଯାଇନି। ତେଣୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାନୁଆରୀ ୨୭ ତାରିଖରେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବେ। ଅନ୍ୟପକ୍ଷରେ ଅନୁରାଧା ଏ ନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

 



from Odisha Reporter https://ift.tt/2ufgrBp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages