ଆସନ୍ତା ୧ ତାରିଖରୁ ପୁଣି ବର୍ଷା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 29, 2020

ଆସନ୍ତା ୧ ତାରିଖରୁ ପୁଣି ବର୍ଷା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଆସନ୍ତା ୧ ତାରିଖ ବେଳକୁ ସାଉଥ କୋଷ୍ଟାଲ ଓଡ଼ିଶା ଏବଂ କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି।

ସେ କହିଛନ୍ତି,“ ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଏହା ପ୍ରଭାବରେ ଅଳ୍ପ ଶୀତ ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ଭିତରେ କଳାହାଣ୍ଡି, କନ୍ଧମାଳ, ଅନୁଗୋଳ,ସୁନ୍ଦରଗଡ଼,ଢେଙ୍କାନାଳ, ଯାଜପୁର, ଭଦ୍ରକ, ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ସତର୍କ ସୂଚନା ଜାରି କରାଯାଇଛି।”

ତେବେ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଗତକାଲି ବାଲେଶ୍ୱରରେ ୧୬ ମିମି, ବାରିପଦାରେ ୧୬ ମିମି, ରାୟଗଡ଼ାରେ ୧୩.୨ ମିମି, ପାରାଦୀପରେ ୮.୪ ମିମି ଓ ଚାନ୍ଦବାଲିରେ ୯.୨ ମିମି ବର୍ଷା ହୋଇଛି।



from Odisha Reporter https://ift.tt/3aW8O3t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages