ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଖରାପ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସହରଗୁଡ଼ିକ ମଧ୍ୟରେ ଭାରତର ବେଙ୍ଗାଲୁରୁ ୧ ନଂ ସ୍ଥାନରେ ରହିଛି। ସେହିପରି ଶ୍ରେଷ୍ଠ ୧୦ ଖରାପ ଟ୍ରାଫିକ ସମସ୍ୟା ତାଲିକାରେ ଭାରତର ୪ଟି ସହର ରହିଛନ୍ତି। ଟମ ଟମ ଟ୍ରାଫିକ ଇଣ୍ଡେକ୍ସ ୨୦୧୯ରେ ଏଭଳି ତଥ୍ୟ ପ୍ରକାଶ କରାଯାଇଛି।
୭୧% ଟ୍ରାଫିକ ସମସ୍ୟା ସହ ବେଙ୍ଗାଲୁରୁ ୧ ନଂରେ ଥିବା ବେଳେ ୬୫% ସହ ୪ର୍ଥରେ ମୁମ୍ବାଇ, , ୫୯% ସହ ୫ମରେ ପୁଣେ ଓ ୫୬% ସହ ଦିଲ୍ଲୀ ୮ମ ସ୍ଥାନରେ ରହିଛି। ଟପ ୧୦ରେ ଥିବା ଅନ୍ୟ ସହରଗୁଡ଼ିକ ହେଲା ଫିଲିପାଇନ୍ସର ମାନିଲା, କଲମ୍ବିଆର ବୋଗୋଟା, ରୁଷର ମସ୍କୋ, ପେରୁର ଲିମା, ତୁର୍କୀର ଇସ୍ତାନବୁଲ ଓ ଇଣ୍ଡୋନେସିଆର ଜାକର୍ତ୍ତା ରହିଛନ୍ତି।
ଲୋକେସନ ଟେକ୍ନୋଲୋଜି ସ୍ପେଶାଲିଷ୍ଟ ଟମ ଟମ ୫୭ଟି ଦେଶର ୪୧୬ଟି ସହରର ଟ୍ରାଫିକ ବ୍ୟବସ୍ଥାକୁ ସମୀକ୍ଷା କରିବା ପରେ ଏଭଳି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀରେ ସୃଷ୍ଟି ହେଉଥିବା ଖରାପ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଦିଲ୍ଲୀବାସୀ ପିକ୍ ସମୟରେ ଟ୍ରାଫିକରେ ଅତିରିକ୍ତ ୧୯୦ ଘଣ୍ଟା ଖର୍ଚ୍ଚ କରୁଛନ୍ତି। ଅର୍ଥାତ ବର୍ଷକ ମଧ୍ୟରେ ୭ ଦିନ ୨୨ ଘଣ୍ଟା ପାଇଁ ଲୋକମାନେ ଟ୍ରାଫିକରେ ଛିଡ଼ା ହେଉଛନ୍ତି। ତେବେ ୨୦୧୮ ତୁଳନାରେ ୨୦୧୯ରେ ଲୋକମାନେ ୨% କମ ସମୟ ଟ୍ରାଫିକରେ ଲୋକମାନେ ଫସି ରହୁଛନ୍ତି।
ବେଙ୍ଗାଲୁରୁରେ ଟ୍ରାଫିକରେ ଲୋକମାନେ ଅତିରିକ୍ତ ୭୧% ସମୟ ବ୍ୟୟ କରୁଛନ୍ତି। ପିକ୍ ସମୟରେ ବେଙ୍ଗାଲୁରୁବାସୀ ପ୍ରାୟ ୨୪୩ ଘଣ୍ଟା ବା ୧୦ ଦିନ ୩ ଘଣ୍ଟା ବର୍ଷକ ମଧ୍ୟରେ ଟ୍ରାଫିକରେ ଫସି ରହୁଛନ୍ତି। ମୁମ୍ବାଇବାସୀ ବଷର୍କରେ ୨୦୯ ଘଣ୍ଟା ବା ୮ ଦିନ ୧୭ ଘଣ୍ଟା ଓ ପୁଣେବାସୀ ୧୯୩ ଘଣ୍ଟା ବା ୮ ଦିନ ୧ ଘଣ୍ଟା ଟ୍ରାଫିକରେ ଫସି ରହୁଛନ୍ତି।
from Odisha Reporter https://ift.tt/36FdAPN
No comments:
Post a Comment