ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ମହାନାୟକ କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ମହାନାୟକ କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁ

କାଲିଫର୍ଣ୍ଣିଆ: ବାସ୍କେଟ୍‌ବଲ୍‌ର ମହାନାୟକ କୋବେ ବ୍ରାଏଣ୍ଟ (୪୧)ଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ରବିବାର ମୃତ୍ୟୁ ହୋଇଛି। ଘନ କୁହୁଡ଼ି ଯୋଗୁ ହୋଇଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସସମ୍ତ ୯ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କୋବେ ବ୍ରାଏଣ୍ଟଙ୍କ ୧୩ ବର୍ଷୀୟା ଝିଅ  ମଧ୍ୟ ରହିଛି।

ଗତକାଲି ବ୍ରାଏଣ୍ଟ  ନିଜ ଝିଅ ଜିଆନାଙ୍କ ସହ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ। ହେଲିକପ୍ଟରଟି କାଲାବାସାସ୍  ଅତିକ୍ରମ କରୁଥିବା ବେଳେ ଏକ  ପାହାଡ଼ରେ  ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇଥିଲା।

ବ୍ରାଏଣ୍ଟ ୫ ଥର NBA ଚାମ୍ପିଅନ୍ ହୋଇଥିବାବେଳେ ୨ ଥର ଅଲିମ୍ପିକ୍‌ ଗୋଲ୍ଡ ମେଡାଲ୍‌ ଜିତିଥିଲେ। ତାଙ୍କ ମୃତ୍ୟୁରେ ଆମେରିକା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ବାସ୍କେଟବଲ୍ ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ଓ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମ ମଧ୍ୟ ବ୍ରାଏଣ୍ଟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ବାସ୍କେଟବଲରୁ ଅବସର ନେବା ପରେ ବ୍ରାଏଣ୍ଟ ୨୦୧୮ ମସିହାରେ ‘ଡିଅର ବାସ୍କେଟବଲ୍‌’ ନାମକ କ୍ଷୁଦ୍ର ଫିଲ୍ମ ନିମନ୍ତେ ଓସ୍କାର ଆୱାର୍ଡ ମଧ୍ୟ ପାଇଥିଲେ।



from Odisha Reporter https://ift.tt/313CUhe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages