ମଞ୍ଜା ପେଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ମଞ୍ଜା ପେଟିସ୍

ଆବଶ୍ୟକ ସାମଗ୍ରୀ: ମଞ୍ଜା, ବନ୍ଧାକୋବି, ଗାଜର, ପନିର୍, ଧନିଆପତ୍ର, ଚାଉଳ ଚୂନା, ବେସନ, କଟା ପିଆଜ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବନ୍ଧାକୋବି, ଗାଜର, ପନିର୍ ଓ ଧନିଆପତ୍ରରେ ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଇ ଭଲଭାବେ ଭାଜି ପୁର ପ୍ରସ୍ତୁତ କରନ୍ତୁ। ମନେ ରଖିବେ ବନ୍ଧାକୋବି ଓ ଗାଜରକୁ ସରୁ ସରୁ କରି କାଟିବେ। ସେହିପରି ପନିରକୁ ମଧ୍ୟ ଛୋଟ ଛୋଟ କରିବେ। ପୁର ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ଏକ ପାତ୍ରରେ ମଞ୍ଜାକୁ ଲୁଣ ଦେଇ ସିଝାନ୍ତୁ।

ଏ ଦୁଇଟି କାମ ସରିଲା ପରେ ଚାଉଳ ଚୂନା, ବେସନ ଓ ଧନିଆପତ୍ରକୁ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ। ତାପରେ ସିଝା ମଞ୍ଜାରେ ପ୍ରସ୍ତୁତ ଆଣ, କଟା ପିଆଜ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ପ୍ରସ୍ତୁତ ମଞ୍ଜା ଆଣ ପକାନ୍ତୁ ଓ ତା’ଉପରେ କିଛି ପରିବା ପୂର ଦିଅନ୍ତୁ। ଏହା ପରେ ତା’ଉପରେ ପୁଣି ମଞ୍ଜା ଆଣ ଦିଅନ୍ତୁ। ଏବେ ଘୋଡ଼ଣୀ ଘୋଡ଼ାଇ ୫ ମିନିଟ୍ ସେମିତି ଛାଡ଼ି ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଏହାକୁ ଲେଉଟାଇ ଦିଅନ୍ତୁ ଏବଂ ପୁଣି କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଦୁଇ ପଟ ଭଲ ଭାବେ ହୋଇଗଲେ, ଏହାକୁ ଏକ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ୍‌ ମଞ୍ଜା ପେଟିସ୍’।



from Odisha Reporter https://ift.tt/2O20mWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages