କେରଳରେ ତୃତୀୟ କରୋନା ଭାଇରସ ରୋଗୀ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

କେରଳରେ ତୃତୀୟ କରୋନା ଭାଇରସ ରୋଗୀ ଚିହ୍ନଟ

କୋଚ୍ଚି: ଘାତକ କରୋନା ଭାଇରସରେ ଶିକାର ଆଉ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀ କେରଳର। ପୂର୍ବରୁ ମଧ୍ୟ ଦୁଇ ରୋଗୀ କେରଳରୁ ଚିହ୍ନଟ ହୋଇଥିଲେ। ଏଯାବତ ଭାରତରେ ମୋଟ୍ ୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଚ ହୋଇଛି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶାଲିଜା କହିଛନ୍ତି, ତୃତୀୟ ରୋଗୀ ଜଣଙ୍କ କିଛି ଦିନ ପୂର୍ବରୁ ଚାଇନାର ଉହାନରୁ ସ୍ୱଦେଶ ଫେରିଥିଲେ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ଏହି କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚାଇନାର ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୧୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଚାଇନାର ଉହାନ ସହରରେ ଏହି ଘାତକ କରୋନା ଭାଇରସର ଉତ୍ପତ୍ତି ସ୍ଥଳ ରହିଛି ବୋଲି କୁହାଯାଉଛି। ଏବେ ସାରା ବିଶ୍ୱର ୨୦ଟି ଦେଶରେ ଏହି ଭାଇରସ ବ୍ୟାପୀଥିବା ଜଣାପଡ଼ିଛି।

ଏବେ କେରଳର ୮୦୦ ଜଣ ଲୋକ କରୋନା ଭାଇରସର ଶିକାର ହୋଇଥାଇପାରନ୍ତି ଆଶଙ୍କା କରି ଡାକ୍ତରଙ୍କ ଅବଜରଭେସନରେ ରହିଛନ୍ତି।



from Odisha Reporter https://ift.tt/2UmHaHc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages