ପାଞ୍ଚ ବର୍ଷ ପୂରିବାକୁ ବସିଲାଣି, ସରୁନି ପୋଲ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ପାଞ୍ଚ ବର୍ଷ ପୂରିବାକୁ ବସିଲାଣି, ସରୁନି ପୋଲ କାମ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ପୋଲ ହେବ, ଦେଶୀ ଡଙ୍ଗାରେ ଆଉ ଯିବା ଆସିବା କରିବାକୁ ପଡ଼ିବ ନାହିଁ। ୨୦୧୬ ମସିହାରେ ଯେତେବେଳେ ତେଲ ନଦୀ ଉପରେ ପୋଲ କାମ ଆରମ୍ଭ ହୋଇଥିଲା କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଳକ ବାସୀଙ୍କ ମନରେ ଆସିଥିଲା ଏମିତି ଭାବନା। ସେମାନଙ୍କ ଖୁସିର ସୀମା ରହି ନଥିଲା। ତେବେ ଏବେ ଆଉ ସେହି ଖୁସି ନାହିଁ। କାରଣ ପୂର୍ବରୁ ଅବସ୍ଥା ଯେମିତି ଥିଲା, ଏବେ ବି ସେମିତି ରହିଛି। ଲୋକେ ସେମିତି ଦେଶୀ ଡଙ୍ଗାରେ ଯିବାଆସିବା କରୁଛନ୍ତି।

୨୦୧୬ ମସିହା ଏପ୍ରିଲ ୨୪ ତାରିଖରେ ତେଲ ନଦୀ ଉପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏଥିପାଇଁ ୧୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ସାଢ଼େ ତିନି ବର୍ଷ ମଧ୍ୟରେ କାମ ଶେଷ ହେବ ବୋଲି ଏକ ଠିକା ସଂସ୍ଥା ଚୁକ୍ତି କରିଥିଲା। ହେଲେ ଏପର୍ଯ୍ୟନ୍ତ କାମ ଶେଷ ହୋଇପାରୁ ପାରୁ ନାହିଁ। ମନ୍ଥର ଗତିରେ ଠିକାଦାର ତାର କାମ ଚଳାଇଛି। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ହେଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ପରି ଲୋକେ ଦେଶୀ ଡଙ୍ଗାରେ ନିଜର ବାଇକ୍‌ ଓ ଜିନିଷ ପତ୍ର ଲଦି ନଈ ପାର ହୋଇ ଯିବା ଆସିବା କରୁଛନ୍ତି। ଫଳରେ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି।

ସାତ ବର୍ଷ ତଳେ ବିଧାନସଭାର ଗୃହ କମିଟିର ସଦସ୍ୟ ମାନେ ଗୋଲାମୁଣ୍ଡା ବ୍ଲକର ବଡଚେର ଗାଁକୁ ଆସିଥିଲେ। ଗାଁ ଲୋକେମାନେ ତେଲ ନଦୀ ଉପରେ ପୋଲଟିଏ ପାଇଁ ଦାବି କରିଥିଲେ। ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ କମିଟି ସରକାରଙ୍କ ପାଖରେ ଏହି ପ୍ରସ୍ତାବ ଉପସ୍ଥାପନା କରିବା ପରେ ପୋଲ ନିର୍ମାଣ ପାଇଁ ଟଙ୍କା ବ୍ୟୟବରାଦ ହୋଇଥିଲା। ଭବାନୀପାଟଣା ଆରଡି ବିଭାଗ ପୋଲ ନିର୍ମାଣ କରିବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ। । ସାଢ଼େ ତିନିବର୍ଷର କାମକୁ ଏବେ ପାଞ୍ଚ ବର୍ଷ ପୂରିବାକୁ ବସିଲାଣି, ଏପର୍ଯ୍ୟନ୍ତ ପୋଲ ନିର୍ମାଣ କାମ ସରି ପାରୁ ନାହିଁ।

ଗୋଲମୁଣ୍ଡା ବ୍ଲକ ଦେଇ ବୋହି ଯାଇ ଥିବା ତେଲ ନଦୀ ଜିଲ୍ଲାର ସଦର ମହକୁମା ଭାବାନୀପାଟଣା ସଂଯୋଗ କରୁଛି। ଏହି ନଦୀ ଉପରେ ପୋଲଟିଏ ନ ଥିବାରୁ ୨୦ରୁ ୨୫ଟି ପଞ୍ଚାୟତର ଲୋକେ ପ୍ରତିଦିନ ଦେଶୀ ଡଙ୍ଗାରେ ଯାତାୟତ କରିଥାନ୍ତି। ଖୋଦ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜ କର୍ମୀଙ୍କ ସହ ଦେଶୀ ଡଙ୍ଗାରେ ନଦୀ ପାର ହୋଇଯାଉଥିବା ଦେଖିବାକୁ ମିଳିଥିଲା।

ଏହି ପୋଲଟି ନିର୍ମାଣ ହେଲେ ଗୋଲାମୁଣ୍ଡା ବ୍ଲକରୁ ଜିଲ୍ଲା ସଦର ମହକୁମା ଭବାନୀପାଟଣାକୁ ଯିବା ପାଇଁ ୫୦ କିମି କମିଯିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସ୍ଥାନୀୟ ବାସିନ୍ଦା କିଶୋର ଶବର କହିଛନ୍ତି,“ ପୋଲ ନିର୍ମାଣ କାମ ସରୁ ନ ଥିବାରୁ ଭବାନୀ ପାଟଣାକୁ ଯିବା ଆସିବା କରିବାରେ ଅସୁବିଧା ହେଉଛି। ଆମେ ଡଙ୍ଗାରେ  ଯିବା ଆସିବା କରୁଛୁ। ପୋଲ ନିର୍ମାଣ ସରିଗଲେ,ଆମକୁ ଯିବା ଆସିବାରେ ସୁବିଧା ହେବ।”

ଗମନାଗମନର ସୁବିଧା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନେକ ସ୍ଥାନରେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ।



from Odisha Reporter https://ift.tt/2GQPNSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages