ଗୋଟିଏ ଘରେ ଛେଳି ଓ ମଣିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ଗୋଟିଏ ଘରେ ଛେଳି ଓ ମଣିଷ

ତେଲକୋଇ (ଚିନ୍ମୟ କୁମାର ସାହୁ): ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ  ସରକାର ‘ପ୍ରଧାନମନ୍ତ୍ରୀ ଆବାସ’ ଓ ‘ବିଜୁ ପକ୍କା ଘର’ ପରି ଅନେକ ଯୋଜନା କରିଛନ୍ତି। କିନ୍ତୁ ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନାଗୁଡ଼ିକ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ଏତେ ଯୋଜନା ଥିଲେ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ  ଘର ଟିଏ ନଥିବାରୁ କିଏ ପାଇଖାନାରେ ରହୁଛି ତ କିଏ ଛେଳି ଗୁହାଳରେ ରହିବାକୁ ବାଧ୍ୟ ହେଉଛି। ଆଉ କେଉଁଠି ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ନ ଥିବାବେଳେ ଘର କାମ ସାରିବାକୁ ସରକାର ନୋଟିସ୍  ପଠାଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ।

ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତର ଦ୍ୱିତୀୟା ପାତ୍ରଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ  ମିଳିନାହିଁ। ହେଲେ ଘର କାମ ଶେଷ କରିବାକୁ ତାଙ୍କ ପାଖକୁ ନୋଟିସ୍ ଆସିଥିବା ସେ ଅଭିଯୋଗ କରିଛନ୍ତି।

ସ୍ତ୍ରୀ ଓ ତିନି ଛୁଆଙ୍କୁ ନେଇ ଦ୍ୱିତୀୟାଙ୍କ ସଂସାର। ଦ୍ୱିତୀୟା ଦିନ ମଜୁରିଆ କାମ କରି ପେଟ ପୋଷୁଥିବାରୁ ଘର ଖଣ୍ଡିଏ  କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ।  ଦୀର୍ଘ ଦିନ ହେବ ତାଙ୍କ ପରିବାର ଛେଳି ଗୁହାଳରେ ରହୁଛନ୍ତି। ଘରର ଗୋଟିଏ ପାଖରେ ଛେଳି ରଖୁଥିବା ବେଳେ ଅନ୍ୟ ପକ୍ଷରେ ପରିବାର ସହ ରୁହନ୍ତି ଦ୍ୱିତୀୟା। ସେହି ଘରେ ରୋଷେଇବାସ ଓ ବସାଉଠା ସବୁ କରିଥାନ୍ତି। ଘର ଖଣ୍ଡିଏ ପାଇଁ ସ୍ଥାନୀୟ ପଞ୍ଚାୟତ ଠାରୁ ନେଇ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ୨୦୧୬-୧୭ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରର କାମ ଶୀଘ୍ର ସାରିବାକୁ ସରକାରଙ୍କ ପକ୍ଷରୁ ଗତ ଦୁଇ ମାସ ତଳେ ତାଙ୍କ ପାଖକୁ ନୋଟିସ୍‌ ଆସିଛି। ଯଦି ୧୫ ଦିନ ଭିତରେ ସେ ଘର କାମ ନ ସାରନ୍ତି, ତାହାହେଲେ ଆଇନ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଘର ତିଆରି ପାଇଁ ନେଇଥିବା ଟଙ୍କା ଫେରସ୍ତ କରିବାକୁ ନୋଟିସ୍‌ରେ ତାଙ୍କୁ କୁହାଯାଇଛି।  ଏହି ନୋଟିସ୍ ପାଇ ଦ୍ୱିତୀୟାଙ୍କ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି।

ଏନେଇ ଦ୍ୱିତୀୟା ପାତ୍ର କହିଛନ୍ତି, ‘‘ଆମର ଘର ନଥିବାରୁ ଛେଳି ଗୁହାଳରରେ ପରିବାର ସହ ରହୁଛି। ଏପରି ସ୍ଥିତିରେ ଘର ଖଣ୍ଡିଏ ପାଇଁ ଆବେଦନ କଲେ ମଧ୍ୟ ଘର ମିଳିନାହିଁ କି ତାଲିକାରେ ମୋ ନାଁ ନାହିଁ। ବ୍ୟାଙ୍କରେ ମୋ ଆକାଉଣ୍ଟ ନାହିଁ। ମୋ ପାଖକୁ ଟଙ୍କା କିପରି ଆସିଲା? ମୋ ନାଁରେ ଘର  କିଏ କରି ନେଇଛି।”

ସେ ଆହୁରି କହିଛନ୍ତି, “ଏନେଇ ମୁଁ ତେଲକୋଇ ବିଡିଓ ଓ  କେନ୍ଦୁଝର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କେହି ମୋ କଥା ଶୁଣି ନାହାନ୍ତି।”

ଦ୍ୱିତୀୟାଙ୍କୁ  ଆବାସ ଯୋଜନାରେ ଘର ମିଳି ନାହିଁ। ସେ ତାଙ୍କ ପରିବାର ସହ ଛେଳି ଗୁହାଳରେ ରହୁଛନ୍ତି ବୋଲି ଗ୍ରାମବାସୀ ଦିବାକର ପାତ୍ର କହିଛନ୍ତି।

ତେଲକୋଇ ବି.ଡି.ଓ ଦିଲ୍ଲୀପ କୁମାର ବାଡା କହିଛନ୍ତି, “ଦ୍ୱିତୀୟାଙ୍କ ପାଖକୁ ଭୁଲରେ ନୋଟିସ ଚାଲି ଯାଇଥିବ। ଏହି ବିଷୟରେ ତଦନ୍ତ କରାଯିବ। ଦ୍ୱିତୀୟାଙ୍କ ଘର ନଥିବାରୁ  ତାଙ୍କୁ ଖଣ୍ଡିଏ ଯୋଗାଇ ଦିଆଯିବ।”

ଦେଉଳଡିହା ପଞ୍ଚାୟତର ସମିତି ସଭ୍ୟ ତପନ କୁମାର ପ୍ରଧାନ କହିଛନ୍ତି, “ପ୍ରକୃତ ହିତାଧିକାରୀ ଚିହ୍ନଟ ହୋଇପାରୁ ନାହିଁ, ଯାହାଫଳରେ ଏପରି ସମସ୍ୟା ଦେଖିବାକୁ ମିଳିଛୁ। ଜଣେ ଘର ପାଉଥିବା ବେଳେ ଅନ୍ୟ ଜଣଙ୍କ ପାଖକୁ ନୋଟିସ୍‌ ଯାଉଛି। ଦ୍ୱିତୀୟା ପାତ୍ରଙ୍କୁ ମଧ୍ୟ ଘର ମିଳିନାହିଁ, ତାଙ୍କ ପାଖକୁ ମଧ୍ୟ ନୋଟିସ୍‌ ଯାଇଛି।”



from Odisha Reporter https://ift.tt/37HawmR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages