ଋତୁସ୍ରାବ ସୃଷ୍ଟିକରେ କ୍ୟାନସର୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ଋତୁସ୍ରାବ ସୃଷ୍ଟିକରେ କ୍ୟାନସର୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ମାସିକ ଋତୁସ୍ରାବ। ଆଉ ଏଥିରେ ଅନିୟମିତତା ମହିଳାମାନଙ୍କ ଚିନ୍ତା ବଢ଼ାଇଦିଏ। ଅନିୟମିତ ଋତୁସ୍ରାବକୁ ନେଇ ମନରେ ଗୋଟେ ଭୟ ମଧ୍ୟ ରହିଥାଏ। କୁହାଯାଏ ଏହାର ପ୍ରଭାବ ଗର୍ଭାଶୟ ଉପରେ ପଡିଥାଏ। କିଛି ଲୋକ କୁହନ୍ତି ଋତୁସ୍ରାବ କ୍ୟାନ୍‌ସରର କାରଣ ମଧ୍ୟ। ତେବେ ଏସବୁ କଥା କେତେ ଦୂର ଠିକ୍‌ ଋତୁସ୍ରାବ ଜନିତ ଦ୍ୱନ୍ଦ୍ୱ ଏବଂ ସମସ୍ୟାକୁ ନେଇ କଣ କହୁଛନ୍ତି ଗାଇନୋକୋଲଜିଷ୍ଟ ଡାକ୍ତର ସୁଜାତା କର ଆସନ୍ତୁ ଜାଣିବା।

ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣାର କାରଣ କଣ?

ଡାକ୍ତର ସୁଜାତା କର- ପ୍ରଥମେ ତ ଋତୁସ୍ରାବକୁ ଆପଣ ସମସ୍ୟା ବୋଲି ଧରନ୍ତୁ ନାହିଁ। ପେଟ ବିନ୍ଧିବାର ଅଲଗା କାରଣ ରହିଛି। ଥାଇରଏଡ୍‌ ଏବଂ ମୋଟାପଣ ପାଇଁ ମଧ୍ୟ ପେଟ ବିନ୍ଧୁଥାଇପାରେ। ଯଦି ଏମିତି ସମସ୍ୟା ଦେଖାଦେଉଛି ତେବା ଆପଣ ପେନ୍‌ କିଲର୍‌ ନେଇପାରିବେ।

ପେନ୍‌ କିଲର୍‌ ପ୍ରତି ମାସରେ ନେବା ଠିକ୍‌?

ମେଡିସିନ୍‌ ଖାଇବା ଦ୍ୱାରା କୌଣସି ସମସ୍ୟା ହୋଇନଥାଏ। ଆପଣ ପେଟ ବିନ୍ଧିଲେ ମେଡିସିନ୍‌ ନେଇପାରିବେ।

ମେଡିସିନ୍‌ ନ ନେଇ ଋତୁସ୍ରାବ ସମୟରେ ପେଟ ବିନ୍ଧା ଏବଂ ଶରୀର ଦରଜ ପାଇଁ କିଛି ଘରୋଇ ଉପଚାର କରିପାରିବା?

ପ୍ରଥମ ଉପଚାର ହେଉଛି ମାନସିକ ସ୍ତରରେ ସୁସ୍ଥ ରହିବା। ଏଥିସହ ଆପଣ ଗରମ ପାଣି ପିଇପାରିବେ। ଚେଷ୍ଟା କରନ୍ତୁ ଯେମିତି ଗ୍ୟାସ୍‌ ନହେଉଥିବା ଖାଦ୍ୟ ଖାଇବେ।

ଅନିୟମିତ ଋତୁସ୍ରାବର କାରଣ କଣ?

ସେଇଟା ଆମ ଭୁଲ୍‌ ପାଇଁ ହୋଇଥାଏ। ସାଧାରଣତଃ ହର୍‌ମୋନାଲ୍‌ ଇନ୍‌ବାଲାନ୍ସ ହେଲେ ଏମିତି ସମସ୍ୟା ଦେଖା ଦେଇଥାଏ। ପ୍ରସାକ୍ଟିନ୍‌ ନାମକ ଏକ ହରମୋନ୍‌ ଅଧିକ ଥିଲେ, ଥାଇରଏଡ୍‌ ଏବଂ ଯଦି ଓଜନ ବଢ଼ିବାରେ ଲାଗୁଥିବ ତେବେ ଏମିତି ସମସ୍ୟା ଦେଖାଦେବ। ଆପଣ ଏଥିପାଇଁ ଡାକ୍ତରଙ୍କୁ ଦେଖାକରନ୍ତୁ।

ଅନିୟମିତ ଋତୁସ୍ରାବର ପ୍ରଭାବ ଗର୍ଭାବସ୍ଥା ଉପରେ ପଡ଼େ କି?

ହଁ , ହର୍‌ମୋନାଲ୍‌ ସମସ୍ୟା ପାଇଁ ଯେତେବେଳେ ଋତୁସ୍ରାବ ଠିକ୍‌ ଭାବେ ହୁଏନି, ଗର୍ଭ ରହିବା ସମୟରେ ମଧ୍ୟ ଏଥିପାଇଁ ସମସ୍ୟା ଦେଖାଦିଏ।

ବାହାଘର ପରେ ଋତୁସ୍ରାବ ଜନିତ ଯନ୍ତ୍ରଣା କମିଯାଏ?

ବାହାଘର ସହ ଏହାର କୌଣସି ସମ୍ପର୍କ ନାହିଁ। ବୟସ ସହ ଏହାର ସମ୍ପର୍କ ରହିଛି। ବୟସ ଅଧିକ ହେଲେ କଷ୍ଟ କମ ହୋଇଯାଏ। ପିଲା ଜନ୍ମ ହେବା ପରେ ଗର୍ଭଗୃହ ଖୋଲିଯାଏ ଯାହା ଋତୁସ୍ରାବ ପୀଡାକୁ କମ୍‌ କରିଦିଏ।

 ପ୍ରଥମ ଋତୁସ୍ରାବ ଡେରି ହେଲେ କ’ଣ କରିବେ?

୧୪ରୁ ଅଧିକ ବର୍ଷ ପରେ ବି ଯଦି ଋତୁସ୍ରାବ ହେଉନି ତେବେ ଆପଣ ଡାକ୍ତରଙ୍କୁ ଦେଖାକରନ୍ତୁ।

 ଋତୁସ୍ରାବକୁ ନେଇ କ୍ୟାନସର୍‌ ହୁଏ?

ଋତୁସ୍ରାବ ସମୟରେ ହାଇଜିନିକ ରହିବା କଥା। ଯାହାର ହାଇଜିନ୍‌ ଖରାପ ତାଙ୍କର HPV  ପରି ଏକ ଇନ୍‌ଫେକ୍ସନ୍‌ ହୋଇଥାଏ। ଯାହାର ସର୍ଭିକାଲ କ୍ୟାନସର୍‌ ସହ ସଂଯୋଗ ରହିଛି।



from Odisha Reporter https://ift.tt/38Bl9Zn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages