ପୁଣେ: ନୋଭେଲ୍ କରୋନା ଭାଇରସ୍ ବା କ୍ୟାଭିଡ୍-୧୯ର ମୁକାବିଲା ପାଇଁ ଟୀକା ପ୍ରସ୍ତୁତି ସରିଛି। ପ୍ରଥମେ ଏହାର ପ୍ରିକ୍ଲିନିକ୍ ପରୀକ୍ଷା ହେବାକୁ ଥିବାବେଳେ ୬ ମାସ ପରେ ମାନବ ଶରୀରରେ ପରୀକ୍ଷା ହେବ। ଏଭଳି ଟୀକା ବା ଭ୍ୟାକ୍ସିନ୍ ପୁଣେର ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଆମେରିକାର ବାୟୋଟେକ୍ନୋଲୋଜି ଫାର୍ମ କୋଡାଜେନିକ୍ସ ବିକଶିତ କରିଛନ୍ତି।
ସାରା ବିଶ୍ୱରେ ଏଭଳି ଟୀକା ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ତେବେ ପୁଣେରେ ବିକଶିତ ଏହି ଟୀକା ଏକ ଲାବୋରେଟୋରି ଦ୍ୱାରା ବିକଶିତସିନ୍ଥେଟିକ୍ ଭୂତାଣୁରୁ ପ୍ରସ୍ତୁତ କରାଯାଇଛି। ଏହା ଏକ ବଡ଼ ସଫଳତା, କାରଣ କରୋନାର ସଂହାର ଲୀଳାରେ ରୋକ୍ ଲଗାଇବା ପାଇଁ ଅଧିକ ଶକ୍ତିଶାଳୀ ଔଷଧ ପ୍ରସ୍ତୁତିର ମାର୍ଗକୁ ଏହା ସୁଗମ କରିବ।
ଏସ୍ଆଇଆଇର ମାଲିକ ଏବଂ ସିଇଓ ଅଦାର ପୂନାୱାଲା କହିଛନ୍ତି, “ଏକ ଟୀକା ପ୍ରସ୍ତୁତି ପାଇଁ ସାଧାରଣତଃ ୮ରୁ ୯ ବର୍ଷ ଲାଗିଥାଏ। ଆମେ ଆମ ଆମେରିକା ପାର୍ଟନର କୋଡାଜେନିକ୍ସ ସହ ମିଇ ଏଭଳି କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛୁ। ଏହା ଭାଇରସ୍ର ମୁକାବିଲାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇପାରିବ।”
from Odisha Reporter https://ift.tt/37HBJpu
No comments:
Post a Comment