କରୋନା ପାଇଁ ଚୀନରୁ ଆମଦାନୀ ବନ୍ଦ, ଅନ୍ୟ ଦେଶ ଉପରେ ଭାରତର ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

କରୋନା ପାଇଁ ଚୀନରୁ ଆମଦାନୀ ବନ୍ଦ, ଅନ୍ୟ ଦେଶ ଉପରେ ଭାରତର ନଜର

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ପାଇଁ ଏବେ ଭାରତ ଚୀନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ୍ ଲଗାଇଛି ଭାରତ। କରୋନାର ସ୍ଥିତି ସୁଧୁରୁନଥିବାରୁ ଏବେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀକୁ ଅନ୍ୟ ଦେଶରୁ ଆମଦାନୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସାମଗ୍ରୀ ମଧ୍ୟରେ କପଡା, ରେଫ୍ରିଜରେଟର, ସୁଟକେସ୍, ଆଣ୍ଟିବାୟୋଟିକ୍, ଆମୋକ୍ସିସିଲିନ୍, ଏରିଥ୍ରୋମାଇସିନ୍ ଏବଂ ମେଟ୍ରୋନିଡାଜୋଲ, ଭିଟାମିନ୍, କୀଟନାଶକ, ସେମିକଣ୍ଡକ୍ଟର ଉପକରଣ, ଅଟୋ ପାର୍ଟସ୍, ଷ୍ଟିଲ୍ ଏବଂ ଆଲୁମିନିୟମ୍ ଆଇଟମ୍ ଏବଂ ମୋବାଇଲ୍ ଫୋନ୍ ରହିଛି। ପାଖାପାଖି ୧,୦୫୦ଟି ଆଇଟମ୍ ଆମଦାନୀ କରିବା ପାଇଁ ଭାରତ ଏବେ ଅନ୍ୟ ଦେଶମାନଙ୍କ ସହ ଯୋଗାଯୋଗ କରୁଛି।

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଏବେ ଏ ନେଇ ଇଣ୍ଡିଆନ୍ ମିଶନକୁ ଚିଠି ଲେଖିଛି। ଏହି ମିଶନ ବିଶ୍ୱରେ ଥିବା ଯୋଗାଣକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ଅବଗତ କରାଇବାକୁ ବାଣିଜ୍ୟ ବିଭାଗ କହିଛି। ତେବେ ଦେଶର ବଜାରକୁ ବିଶ୍ଳେଷଣ କରାଯାଇ ଅନ୍ୟ ଦେଶର ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟ ସହ ଆମଦାନୀ ନେଇ ଆଲୋଚନା ଚାଲିଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି।

ଆଣ୍ଟିବାୟୋଟିକ୍ ଔଷଧ ପାଇଁ ଭାରତ ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀ ସହ କଥା ହେଉଥିବା ଜଣାପଡ଼ିଛି। ଏହି ଦୁଇ ଦେଶ ଚୀନକୁ ମଧ୍ୟ ଆଣ୍ଟିବାୟୋଟିକ ରପ୍ତାନୀ କରୁଛନ୍ତି। ତେଣୁ ଭାରତ ଏହି ଦୁଇ ଦେଶ ସହ ଆମଦାନୀ ନେଇ ଆଲୋଚନା କରୁଥିବା ଜଣାପଡ଼ିଛି।

ବିଭିନ୍ନ ସାମଗ୍ରୀର ଆମଦାନୀ ନେଇ ଅନ୍ୟ ଦେଶମାନେ ସକରାତ୍ମକ ପ୍ରତିକ୍ରିୟା ଦେଖାଇଥିବା ବେଳେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଫୋନ୍ ଆମଦାନୀ ପାଇଁ କୌଣସି ବ୍ୟବସ୍ଥା ହୋଇପାରି ନାହିଁ।

ଆସନ୍ତା ସପ୍ତାହରେ କେନ୍ଦ୍ର ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏ ନେଇ ବିସ୍ତୃତ ଭାବରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଅଭାବ ମେଣ୍ଟାଇବା ପାଇଁ ସ୍ଥାନୀୟ ଉତ୍ପାଦନକୁ ଅଧିକ ବଢ଼ାଇବା ପାଇଁ ସରକାର ଜୋର ଦେବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2wZCJZk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages