ଦିଲ୍ଲୀ ସ୍ଥିତି ନିୟନ୍ତ୍ରଣ ପାଇଁ ଏନଏସଏ ଅଜିତ ଡୋଭାଲଙ୍କୁ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ଦିଲ୍ଲୀ ସ୍ଥିତି ନିୟନ୍ତ୍ରଣ ପାଇଁ ଏନଏସଏ ଅଜିତ ଡୋଭାଲଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ଜଳୁଥିବା ନିଆଁ ଏବେ ଭୟଙ୍କର ରୂପ ଧାରଣ କରିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେଉଥିବା ବେଳେ ଦିଲ୍ଲୀ ପୁଲିସ୍‌ ପ୍ରଶାସନ କିମ୍ବା ଅର୍ଦ୍ଧ ସାମରିକ ବାହିନୀ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କୁ ଦିଲ୍ଲୀ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ଅଜିତ ଡୋଭାଲ ଦିଲ୍ଲୀ ସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାବିନେଟ କମିଟିକୁ ଏହାର ରିପୋର୍ଟ ପ୍ରଦାନ କରିବେ। ଅଜିତ ଡୋଭାଲାଙ୍କୁ ଦାୟିତ୍ୱ ମିଳିବା ପରେ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ ପୁଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି।

ସେହିପରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦିଲ୍ଲୀ ପୁଲିସ୍‌ ନିଜ କ୍ଷମତା ଅନୁସାରେ ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀ ଦାୟିତ୍ୱ ମିଳିବା ପୂର୍ବରୁ ଗତକାଲି ମଧ୍ୟରାତ୍ରରେ ଡୋଭାଲ ଉତ୍ତରପୂର୍ବ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ହିଂସା ସୃଷ୍ଟି ହୋଇଥିଲା ସେଠାକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଥମେ ଡୋଭାଲ ସୀଲାମପୁର ଯାଇ ସେଠାକାର ଏସପିଙ୍କ କାର୍ଯ୍ୟାଳୟରେ ବୈଠକ କରିଥିଲେ। ଏହାପରେ ଘଟଣାସ୍ଥଳକୁ ଯାଇ ସ୍ଥିତିକୁ ସମୀକ୍ଷା କରିଥିଲେ।

ସୀଲାମପୁର ବ୍ୟତୀତ ଜାଫରାବାଦ, ଚାନ୍ଦ ବାଗ ଓ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ସେ ଯାଇଥିଲେ। ଏହି ସମୟରେ ସେ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି(ସିସିଏସ୍‌)ରେ ମଧ୍ୟ ଡୋଭାଲ ଯୋଗଦେଇ ସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବେ।



from Odisha Reporter https://ift.tt/2HUHyoV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages