‘ପିଲାମାନେ ନିଜ ଇଚ୍ଛାରେ କାଠ ବୋହିଛନ୍ତି, ମୁଁ କିଛି କହି ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

‘ପିଲାମାନେ ନିଜ ଇଚ୍ଛାରେ କାଠ ବୋହିଛନ୍ତି, ମୁଁ କିଛି କହି ନାହିଁ’

ସୋନପୁର(ରବୀନ୍ଦ୍ର ହୋତା): “ ମୁଁ ନିଜେ କାଠ ବୋହୁଥିଲି। ପିଲାମାନେ ଏହା ଦେଖି ଆପେ ଆପେ କାଠ ବୋହି ସ୍କୁଲ ହତା ଭିତରକୁ ନେଇଗଲେ। ସେମାନେ ନିଜ ଇଚ୍ଛାରେ କାଠ ବୋହିଛନ୍ତି। ଏଥିଲାଗି ମୁଁ  କାହାକୁ କିଛି କହି ନାହିଁ।  ମୁଁ କାଠ ବୋହିକି ଭିତରକୁ ନେଇଥିବା ବେଳେ ସେମାନେ ମୋ ପଛେ ପଛେ ବୋହି କରି ନେଇଗଲେ। ମୁଁ ଏହାଦେଖି ସେମାନଙ୍କୁ ବାରଣ କଲି। ” ଏପରି ସଫେଇ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଧଉରାଖମନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ।

ଉକ୍ତ ସ୍କୁଲ ପିଲାମାନେ ମଧ୍ୟାହ୍ନ ଭୋଜନ ପରେ କାଠ ବୋହି ସ୍କୁଲ ହତା ଭିତରକୁ ନେଉଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି। ଏନେଇ ଜିଲ୍ଲାପାଳ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରାଯିବ ବୋଲି କହିଥିବା ବେଳେ ନିଜ ସଫେଇରେ ଗଣମାଧ୍ୟମକୁ ଏପରି କହିଛନ୍ତି ସମ୍ପୃକ୍ତ ପ୍ରଧାନଶିକ୍ଷକ।

 

ସମସ୍ତେ ପଢିବେ, ସମସ୍ତେ ବଢିବେ ନାରାଦେଇ ସରକାର ପ୍ରାଥମିକ ଶିକ୍ଷାକୁ ବେଶ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବାକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ଆଉ ଏହି ମଧ୍ୟାହ୍ନ ଭୋଜନର ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀ ବି ନିଯୁକ୍ତି ହୋଇଛନ୍ତି। ହେଲେ ପାଠ ପଢା ବଦଳରେ ମଧ୍ୟାହ୍ନ ଭୋଜନର ରାନ୍ଧିବା ପାଇଁ ଜାଳେଣୀ କାଠ ବୋହିବାକୁ ପାଇଁ ଛାତ୍ରଙ୍କୁ ନିୟୋଜିତ କରାଯିବା ଘଟଣା ପ୍ରଘଟ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୋନପୁର ବ୍ଲକ ଧଉରାଖମନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ସାରିଲା ପରେ ପିଲାମାନେ ରାସ୍ତା ଉପରୁ ସ୍କୁଲ ଭିତରକୁ ଜାଳେଣୀ କାଠ ବୋହିବାର ଭିଡିଓ ଭାଇରାଲ ହୋଇଛି। କାଠ ବୋହିବା କଥାକୁ ଛାତ୍ରମାନେ ସ୍ୱିକାର କରିଥିଲେ ବି ପ୍ରଧାନ ଶିକ୍ଷକଙ୍କ ଭୟରେ ବିଶେଷ କିଛି କହିନଥିଲେ।

ଅପରପକ୍ଷେ ଛାତ୍ରଙ୍କୁ କାଠ ବୋହିବାକୁ ନିୟୋଜିତ କରିନଥିଲେ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ଅପରପକ୍ଷରେ ଘଟଣା ସମ୍ପର୍କରେ ଅବଗତ ହେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।



from Odisha Reporter https://ift.tt/3cbl2G3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages