ନବୀନ ପୁଣି ବିଜେଡି ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ନବୀନ ପୁଣି ବିଜେଡି ସଭାପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ହୋଇଛନ୍ତି ବିଜେଡି ସଭାପତି। ଏହାକୁ ମିଶାଇ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି। ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ। ଏହା ସହିତ ଏହି ବୈଠକରେ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି।

ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଶ୍ରୀ ପଟ୍ଟନାୟକ ରାଜ୍ୟର ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ତା’ସହିତ ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜିତିବା ପାଇଁ ବିଜେଡି ନିର୍ବାଚନ ଲଢ଼େ ନାହିଁ। ଲୋକଙ୍କ ସ୍ନେହ ପାଇବା ପାଇଁ ଓ ସେମାନଙ୍କ ସେବା କରିବା ପାଇଁ ଦଳ ନିର୍ବାଚନ ଲଢ଼େ।

ଏହା ସହିତ ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଥିଲେ। ସେ କହିଥିଲେ, “ବିଜୁ ବାବୁ କହୁଥିଲେ ଯେ ସରକାର ଗଢ଼ିବା ପାଇଁ ଅଧିକ ଚିନ୍ତା କର ନାହିଁ। ଲୋକଙ୍କ ସେବା କରିବାକୁ ସବୁବେଳେ ଚିନ୍ତା କର।”

ସୂଚନାଯୋଗ୍ୟ, ବିଜେଡି ସଭାପତି ପଦ ପାଇଁ ଫେବ୍ରୁଆରୀ ୨୩ ତାରିଖରେ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେହେତୁ ଏହି ପଦ ପାଇଁ ଆଉ କେହି ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ, ତେଣୁ ସେ ପୁଣିଥରେ ନିଦ୍ୱର୍ନ୍ଦ୍ୱରେ ଦଳର ସଭାପତି ହୋଇଛନ୍ତି।



from Odisha Reporter https://ift.tt/2PptdVE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages