ଦିଲ୍ଲୀ ହିଂସା: ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇପାରିନଥିଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ଦିଲ୍ଲୀ ହିଂସା: ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇପାରିନଥିଲା ପୁଲିସ୍

ନୂଆଦିଲ୍ଲୀ: ଗୁଇନ୍ଦା ରିପୋର୍ଟ ସତ୍ତ୍ୱେ ଦିଲ୍ଲୀ ପୁଲିସର ଖାମଖିଆଲି ମନୋଭାବ ଉତ୍ତର-ପୂର୍ବରେ ହୋଇଥିବା ହିଂସାର ପ୍ରମୁଖ କାରଣ। ନିକଟରେ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଦିଲ୍ଲୀ ହିଂସାରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦୦ରୁ ଅଧିକ ଗିରଫ ହୋଇଛନ୍ତି। ସେହିପରି ହିଂସା ଘଟଣାରେ ସଂପୃକ୍ତି ଥାଇପାରେ ସନ୍ଦେହ କରି ୫୦୦ରୁ ଅଧିକ ଅଟକ ରହିଛନ୍ତି।

ଏହି ହିଂସା ଘଟଣା ପ୍ରଥମେ ଶନିବାର (ଫେବୃଆରୀ ୨୨ ତାରିଖ) ରାତି ୧୧ଟା ସମୟରେ ଆରମ୍ଭ ହୋଇଥିଲା। ପ୍ରାୟ ୫୦୦ରୁ ଅଧିକ ମହିଳା ଜାଫରାବାଦ ରାସ୍ତାକୁ ଓହ୍ଲାଇ ମେଟ୍ରୋ ଷ୍ଟେସନ ଆଡ଼କୁ ଯିବା ପରେ ଆନ୍ଦୋଳନ ବାବଦରେ ଜଣାପଡ଼ିଥିଲା। ଶାହୀନାବାଗ ପରି ଏହି ଆନ୍ଦୋଳନକାରୀ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବେ ବୋଲି ପୁଲିସ ଆକଳନ କରିଥିଲା। ହେଲେ ମେଟ୍ରୋ ଷ୍ଟେସନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରବିବାର (ଫେବୃଆରୀ ୨୩) ସକାଳ ବେଳକୁ ବିକ୍ଷୋଭକାରୀଙ୍କ ସଂଖ୍ୟା ହଜାରରେ ଅଧିକ ବଢ଼ିଯାଇଥିଲା। ଏହାପରେ ମେଟ୍ରୋ ଷ୍ଟେସନ ବନ୍ଦ ରଖାଯିବା ସହିତ ଏହି ରାସ୍ତାକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଥିଲା ପୁଲିସ୍।

ଏହାପରେ ଅପରାହ୍ନରେ ସ୍ଥିତି ଅଣାୟତ ହୋଇଥିଲା। ଯେତେବେଳେ ହିନ୍ଦୁ ଗୋଷ୍ଠୀ ସିଏଏ ବିରୋଧୀଙ୍କୁ ବିରୋଧ କରି ଆନ୍ଦୋଳନ ପାଇଁ ଡାକରା ଦେଇଥିଲା। ବିଜେପି ନେତା କପିଲ ମିଶ୍ର ଟୁଇଟ୍ କରି ଏଭଳି ଆହ୍ୱାନ କରିବା ପରେ ସ୍ଥିତି ଅଣାୟତ ହୋଇଥିଲା। ଯଦି କୌଣସି ସମ୍ପ୍ରଦାୟ ବିରୋଧ କରିବା ଆଳରେ ରାସ୍ତା ବନ୍ଦ ରଖୁଛି ସେତେବେଳେ ହିନ୍ଦୁ ଗୋଷ୍ଠୀ ମଧ୍ୟ ବିରୋଧ ପ୍ରଦର୍ଶନ କରିବ ବୋଲି ଦାବି କରିଥିଲା। ଏହାପରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ତେବେ ବିଳମ୍ବିତ ରାତି ଯାଏ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା। ଏହାପରେ ପୁଲିସ ଭାବିଥିଲା ସ୍ଥିତି ନିୟନ୍ତ୍ରଣକୁ ଆସିଗଲା।

ହେଲେ ତହିଁପର ଦିନ ସକାଳ ୯ଟାରୁ ଆରମ୍ଭ ହୋଇଥିଲା ହିଂସା। ପଥର ଫିଙ୍ଗିବା ପାଖରୁ ଆରମ୍ଭ କରି ହିଂସାକାରୀ ଦୋକାନ ଓ ଘର ଉପରକୁ ନିଆଁ ଫିଙ୍ଗିବାକୁ ଆରମ୍ଭ କରିଥିଲେ। ଏହି ସମୟରେ ପୁଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା।

ଶାହୀନବାଗ ଭଳି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ପୁଲିସ ଆକଳନ କରିଥିଲା, କିନ୍ତୁ ତାହା ଅନୁମାନ ଭୁଲ୍ ହେଲା ସମୟ କ୍ରମେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଫେବୃଆରୀ ୨୪ରେ ଦିଲ୍ଲୀରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ପର୍ଯ୍ୟାପ୍ତ ପୁଲିସ ଫୋର୍ସ ପାଖରେ ରହିଥିଲେ ମଧ୍ୟ ଠିକଣା ସ୍ଥଳକୁ ଆଣିବାରେ ବିଳମ୍ୱ ହୋଇଥିଲା।

ଏହି ସମୟରେ ରବିବାର ସକାଳ ୧୧ଟା ବେଳେ ଚାନ୍ଦବାଗସ୍ଥିତ ଏକ ମସଜିଦ ସମ୍ମୁଖରେ ଗୁଇନ୍ଦା ଅଧିକାରୀ ଅମିତ ଶର୍ମା ଏବଂ ତାଙ୍କ ଟିମ୍ ଉପରେ ଆକ୍ରମଣ କରାଯାଇଥିଲା। ହିଂସାକାରୀଙ୍କ ଦ୍ୱାରା ଅମିତ ଶର୍ମା ହତ୍ୟାର ଶିକାର ହୋଇଥିବା ବେଳେ ଏସିପି ଅନୁଜ କୁମାର ଆହତ ହୋଇଥିଲେ। ସେହିପରି ହେଡ କନଷ୍ଟେବଳ ରତନ ଲାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ହିଂସା ଏଭଳି ବ୍ୟାପୀଯାଇଥିଲା ଯେ, ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ୨୦ଟି ରାସ୍ତାରେ ଲୋକମାନେ ଏକାଠି ହୋଇ ରହିଥିଲେ। ଫଳରେ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଯୁଗ୍ମ କମିଶନରଙ୍କୁ ଅନେକ ସମୟ ଲାଗିଥିଲା।

ଏହାପରେ ସ୍ଥିତି ଅଣାୟତ ହେବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସ୍ୱତନ୍ତ୍ର ପୋଲିସ କମିଶନର ଏନ.ଏନ ଶ୍ରୀବାସ୍ତବ ଦାୟିତ୍ ଗ୍ରହଣ କରିବା ପରେ ସ୍ଥିତି ସ୍ୱାଭାବିକ ମୁହାଁ ହୋଇଥିଲା।

ତେବେ ପୁଲିସ ଅଧିକ ଫୋର୍ସ ପଠାଇ କାହିଁକି ସ୍ଥିତିକୁ ନିୟନ୍ତ୍ରଣ କରିପାରିନଥିଲା ପ୍ରଶ୍ନର ଜବାବ ଦେଇ ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଉତ୍ତରପୂର୍ବ ଦିଲ୍ଲୀରେ ବର୍ଗ କିଲୋମିଟର ପ୍ରତି ପ୍ରାୟ ୮୦ ହଜାର ଲୋକ ରହୁଛନ୍ତି। ଯାହା ଏହାକୁ ଦେଶର ସବୁଠାରୁ ଘଞ୍ଚଅଞ୍ଚଳ। ତେଣୁ ସମସ୍ୟାର ସମାଧାନ କରିବା ପାଇଁ ସମୟ ଲଗିବ। ଯଦି ପୁଲିସ ଏମିତି ପଦକ୍ଷେପ ନେଇନଥାନ୍ତା ତାହେଲେ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ହୋଇଥାନ୍ତା ବୋଲି ସେ କହିଛନ୍ତି।



from Odisha Reporter https://ift.tt/39dfFV8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages