ରାତିରେ ଘରେ ପଶି ୬ ଲକ୍ଷ ଟଙ୍କା ସହ ନେଇଗଲେ ସୁନା ଅଳଙ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ରାତିରେ ଘରେ ପଶି ୬ ଲକ୍ଷ ଟଙ୍କା ସହ ନେଇଗଲେ ସୁନା ଅଳଙ୍କାର

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ଗାଁର ପ୍ରମୋଦ ମହାପାତ୍ରଙ୍କ ଘରେ ହୋଇଛି ଏହି ଡକାୟତି।

ଗତକାଲି ରାତି ପ୍ରାୟ ୨ଟା ବେଳେ ୬ ରୁ ୭ଜଣ ଦୁର୍ବୃତ୍ତ ପ୍ରମୋଦଙ୍କ ଘରେ ପଶିଥିଲେ। ସେମାନେ ଏକ ଇଲେକ୍ଟ୍ରି ପୋଲ୍‌ ଦ୍ୱାରା ଛାତ ଉପରକୁ ଚଢ଼ିଥିଲେ। ଏହାପରେ ସିଡି ରୁମ୍ ଦେଇ ଘରକୁ ପ୍ରବେଶ କରିଥିଲେ। ପ୍ରମୋଦ ଓ ତାଙ୍କ ପରିବାର ଲୋକଙ୍କୁ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସେମାନେ ପ୍ରମୋଦଙ୍କ ପୁଅକୁ ଖଣ୍ଡାରେ ହାଣି କ୍ଷତାକ୍ତ କରିଥିଲେ। ପରିବାର ଲୋକଙ୍କ ମୋବାଇଲ ନେଇ ସେମାନଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ।

ପରେ ଡକାୟତମାନେ ପ୍ରମୋଦ ତାଙ୍କ ଝିଅ ବାହାଘର ପାଇଁ ଥିବା ପ୍ରାୟ ୬ଲକ୍ଷ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ।  ଏନେଇ ଖବର ପାଇ ଆଜି ସକାଳେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାସ୍ଥଳରେ ଯାଞ୍ଚ କରିଥିବା ବେଳେ ଘଟଣାର ଖୋଳତାଡ଼ ଜାରି ରଖିଛି।



from Odisha Reporter https://ift.tt/3ad1OOw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages