ଘାଇଲା କରି ଦେଲେ ନ୍ୟୁଜିଲ୍ୟାଣ୍ଡ ବୋଲର; ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ଘାଇଲା କରି ଦେଲେ ନ୍ୟୁଜିଲ୍ୟାଣ୍ଡ ବୋଲର; ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ

କ୍ରାଇଷ୍ଟଚର୍ଚ୍ଚ: କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୨୩୫ ରନ୍‌ରେ ଅଲ୍‌ଆଉଟ୍ କରିଥିବା ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୯୦ ରନ୍ କରି ୬ଟି ୱିକେଟ୍ ହରାଇ ଦେଇଛି। ଏହା ସହିତ ଦଳ ଆଜି ମାତ୍ର ୯୭ ରନ୍ ଲିଡ୍‌ ଦେଇପାରିଛି। ଦଳ ପ୍ରଥମ ଇନିଂସ୍‌ରେ ୨୪୨ ରନ୍ କରିଥିଲା।

ନ୍ୟୁଜିଲ୍ୟାଣ୍ଡକୁ ୨୩୫ ରନ୍‌ରେ ଅଟକାଇବା ପରେ ଭାରତୀୟ ଦଳ ପୁଣି ଥର ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଦ୍ୱିତୀୟ ଓଭରରେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ ମୟଙ୍କ ଅଗ୍ରୱାଲ୍‌। ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ପ୍ରଥମ ଇନିଂସ୍‌ରେ ମଧ୍ୟ ମୟଙ୍କ ଖେଳି ପାରି ନଥିଲେ। ୭ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେହିପରି ପ୍ରଥମ ଇନିଂସ୍‌ରେ ୬୪ଟି ବଲ୍‌ରୁ ୫୪ ରନ୍‌ କରିଥିବା ଓପନର୍‌ ପୃଥ୍ୱୀ ଶ’ ଦ୍ୱିତୀୟ ଇନିଂସ୍‌ରେ ଫେଲ୍ ମାରିଥିଲେ। ୧୪ ରନ୍ (୨୪ଟି ବଲ୍‌) କରି ଟିମ୍‌ ସାଉଦିଙ୍କ ବଲ୍‌ରେ ଟମ୍ ଲାଥମ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି ଏଥର ମଧ୍ୟ ନିରାଶ କରିଥିଲେ। ପ୍ରଥମ ଇନିଂସ୍‌ରେ ସେ ୩ ରନ୍ କରିଥିବା ବେଳେ ଆଜି ୧୪ ରନ୍ କରି କଲିନ୍ ଡି’ ଗ୍ରାଣ୍ଡହୋମ୍‌ଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ କରିଥିବା ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍‌ ବି ଆଜି ନିରବ ରହିଥିଲା। ସେ ୮୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବେଳେ ମାତ୍ର ୨୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ପ୍ରଥମ ଇନିଂସ୍‌ରେ ୭ ରନ୍ କରିଥିବା ଆଜିଙ୍କ୍ୟ ରାହାଣେ ଆଜି ବି ଫେଲ୍ ମାରିଥିଲେ। ସେ ୪୩ଟି ବଲ୍‌ରେ ୯ ରନ୍ କରି ନିଲ୍ ୱାଗନର୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେହିପରି ଉମେଶ ଯାଦବ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ।

ପ୍ରଥମ ଇନିଂସ୍‌ରେ ଦଳ ପକ୍ଷରୁ ସର୍ବାଧିକ ୫୫ ରନ୍ କରିଥିବା ହନୁମା ବିହାରୀ ଓ ଋଷଭ ପନ୍ତ କ୍ରିଜ୍‌ରେ ଅଛନ୍ତି। ହନୁମା ୫ ରନ୍ କରିଥିବା ବେଳେ ପନ୍ତ ୧ ରନ୍ କରିଛନ୍ତି। ଏମାନେ ଆସନ୍ତାକାଲି ଦଳର ସ୍କୋରକୁ ଆଗକୁ ନେବେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି ୱିକେଟ୍ ନେଇଥିବା ବେଳେ ଟିମ୍ ସାଉଦି, ଗ୍ରାଣ୍ଡହୋମ୍‌ ଓ ୱାଗ୍‌ନର୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ତାର ଅସମାପ୍ତ ପ୍ରଥମ ଇନିଂସ ଖେଳିଥିଲା। ଗତକାଲି କୌଣସି ୱିକେଟ୍ ନ ହରାଇ ୬୩ ରନ୍ କରିଥିବା ଘରୋଇ ଦଳ ଆଜି ସ୍କୋର୍‌ବୋର୍ଡରେ ଆଉ ମାତ୍ର ୧୭୨ ରନ୍ ଯୋଡ଼ି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଓପନର୍ ଟମ୍ ଲାଥମ୍ ସର୍ବାଧିକ ୫୨ ରନ୍ (୧୨୨ ବଲ୍‌, ୫ ଚୌକା) କରିଥିବା ବେଳେ ୯ ନମ୍ବରରେ ଆସିଥିବା କାଇଲ୍ ଜେମିସନ୍ ୪୯ ରନ୍ (୬୩ ବଲ୍, ୭ ଚୌକା) କରିଥିଲେ। ଏ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ।

ଗତକାଲି ୨୯ ରନ୍ କରି ନଟ୍ ଆଉଟ୍ ଥିବା ଟମ୍ ବ୍ଲୁଣ୍ଡେଲ୍‌ ଆଜି ଆଉ ମାତ୍ର ୧ ରନ୍ କରି ଉମେଶ ଯାଦବଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେହିପରି ଅଧିନାୟକ କେନ୍ ୱିଲିୟମ୍‌ସନ୍ ମାତ୍ର ୩ ରନ୍ କରି ଯଶପ୍ରୀତ୍ ବୁମ୍ରାଙ୍କ ବଲ୍‌ରେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ରସ୍ ଟେଲର ୧୫ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଉମେଶ ଯାଦବଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ହେନ୍‌ରୀ ନିକୋଲାସ୍ ୧୪ ରନ୍ କରିଥିଲେ। ସେ ମହମ୍ମଦ ଶାମିଙ୍କ ବଲ୍‌ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ୱିକେଟ୍ କିପର୍ ବିଜେ ୱାଟଲିଙ୍ଗ୍ ଖାତା ଖୋଲି ପାରି ନଥିଲେ। ସେ ୧୬ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲିପାରି ନଥିଲେ ଓ ଶେଷରେ ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ ରବୀନ୍ଦ୍ର ଜାଡ଼େଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। କୋଲିନ୍ ଡି’ ଗ୍ରାଣ୍ଡହୋମ୍‌ଙ୍କୁ ରବୀନ୍ଦ୍ର ଜାଡେଜା ବୋଲ୍ଡ କରି ଦେଇଥିଲେ। ସେ କେବଳ ୨୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଟିମ୍ ସାଉଦି ଶୂନରେ ଆଉଟ୍ ହୋଇଥିଲେ। ସେ ଯଶପ୍ରୀତ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଯଶପ୍ରୀତ୍‌ଙ୍କ ବଲ୍‌ରେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

କାଇଲ୍ ଭଲ ଖେଳୁଥିଲେ। ତେବେ ୪୯ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲ୍‌ରେ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ନିଲ୍ ୱାଗ୍‌ନର୍ ୨୧ ରନ୍ କରି ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ସେ ରବୀନ୍ଦ୍ର ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ ୧ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ୍ ବୁମ୍ରା ୩ଟି, ରବୀନ୍ଦ୍ର ଜାଡ଼େଜା ୨ ଓ ଉମେଶ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ପୃଥ୍ୱୀ ଶ’ଙ୍କ ୫୪ ରନ୍, ଚେତେଶ୍ୱର ପୂଜାରାଙ୍କ ୫୪ ରନ୍ ଓ ହନୁମା ବିହାରୀଙ୍କ ୫୫ ରନ୍ ବଳରେ ଭାରତ ପ୍ରଥମ ଇନିଂସ୍‌ରେ ୨୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା।



from Odisha Reporter https://ift.tt/32GtoRH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages