‘ଜେଏନୟୁ କ୍ୟାମ୍ପସକୁ ଆଶ୍ରୟସ୍ଥଳରେ ପରିଣତ କରନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

‘ଜେଏନୟୁ କ୍ୟାମ୍ପସକୁ ଆଶ୍ରୟସ୍ଥଳରେ ପରିଣତ କରନି’

ନୂଆଦିଲ୍ଲୀ: ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦେଇଛି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଭାଗ। ଉତ୍ତର ପୂର୍ବ ଦିଲ୍ଲୀ ହିଂସାରେ ପୀଡ଼ିତଙ୍କୁ ଯିଏ ବିଶ୍ୱବିଦ୍ୟାଳୟ ପରିସରରେ ଆଶ୍ରୟ ଦେଉଥିବ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଏନୟୁ କ୍ୟାମ୍ପସକୁ ଆଶ୍ରୟ ସ୍ଥଳରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କର କୌଣସି ଅଧିକାର ନାହିଁ। ବିଶ୍ୱବିଦ୍ୟାଳୟର ରେଜିଷ୍ଟର ପ୍ରମୋଦ କୁମାର ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ଏହି ନୋଟିସ ଅନୁଯାୟୀ, ଜେଏନୟୁ ପ୍ରଶାସନିକ ବିଭାଗ କ୍ୟାମ୍ପସରେ ରହୁଥିବା ଲୋକଙ୍କ ପାଖରୁ ଅନେକ ଫୋନ୍ କଲ୍ ଆସିଥିଲା। ଦିଲ୍ଲୀ ହିଂସା ପରେ ସେମାନେ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ କରିଛନ୍ତି। ଜେଏନୟୁ ଛାତ୍ର ସଂଘ ତରଫରୁ ସେମାନଙ୍କ ପାଖକୁ ବାରମ୍ୱାର ଫୋନ୍ ଆସୁଥିବାରୁ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ କରିଥିଲେ।

ନିକଟରେ ଦିଲ୍ଲୀରେ ଦେଖାଦେଇଥିବା ହିଂସାକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ଶାନ୍ତି ଶୋଭାଯାତ୍ରା କରିଥିଲେ। ଅନେକ ଛାତ୍ରଛାତ୍ରୀ କ୍ଲାସ ନଯାଇ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହାପରେ ଜେଏନୟୁ କ୍ୟାମ୍ପସରେ ଭିତରେ ରହୁଥିବା ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିଲ୍ଲୀର ଉତ୍ତପୂର୍ବରେ ଦେଖା ଦେଇଥିବା ହିଂସା ଘଟଣା ଏବେ ପ୍ରଶମିତ ରହିଛି। ହେଲେ ଏହି ଘଟଣାରେ ଏଯାବତ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ହିଂସାରେ ସାମିଲ୍ ଥିବା ଅଭିଯୋଗରେ ୧୩୦ରୁ ଅଧିକ ଗିରଫ ହୋଇଛନ୍ତି।



from Odisha Reporter https://ift.tt/2TtsOCI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages