ଭଦ୍ରକ(ପାର୍ଥସାରଥୀ ନାୟକ): ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ହେଲେ ବାଟରେ ଭୋକ ହେବାରୁ ଏକ ହୋଟେଲ ସମ୍ମୁଖରେ ଗାଡ଼ି ରଖି ଖାଇବାକୁ ଗଲେ। ଫେରିବା ବେଳକୁ ଡିକି ତଡ଼ା ହୋଇ ଟଙ୍କା ଲୁଟ୍ ହୋଇଯାଇଥିବା ଦେଖିବାକୁ ପାଇଲେ। ଗତକାଲି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ପୀରହାଟ ହାଇସ୍କୁଲ ନିକଟରେ ଏପରି ଏକ ଲୁଟ୍ ଘଟଣା ଘଟିଛି। ତିହିଡ଼ି ପୁଲିସ୍ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଚାନ୍ଦବାଲି ଥାନା ଖେରଙ୍ଗ ଅଧୀନ ତଳବନ୍ଧ ଗାଁର ସରୋଜ କୁମାର ରାଉତ ଶୁକ୍ରବାର ପୂର୍ବାହ୍ନରେ ଭଦ୍ରକସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ନିଜ ଜମା ଖାତାରୁ ୭ ଲକ୍ଷ ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ନିଜ ବାଇକ୍ ଡିକିରେ ଏକ ବ୍ୟାଗରେ ରଖି ଘରକୁ ଫେରୁଥିଲେ । ମାତ୍ର ଭୋକ ହେବାରୁ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଏକ ହୋଟେଲକୁ ଯାଇଥିଲେ । ଖାଇସାରି ଦେଖିବା ବେଳକୁ ହୋଟେଲ ସମ୍ମୁଖରେ ଥିବା ବାଇକ୍ ଡିକି ଭଙ୍ଗା ଯାଇଛି ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ମଧ୍ୟ ଲୁଟ୍ ହୋଇଛି ।
ଏନେଇ ସେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୀରହାଟ ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ କୌଣସି ପତ୍ତା ମିଳିନଥିବା ଜଣାଯାଇଛି । ଚାଷୀଙ୍କଠାରୁ ଧାନ କ୍ରୟ କରି ମିଲକୁ ବିକ୍ରୟ କରିଥିବା ଉକ୍ତ ଟଙ୍କା ଆଜି ଚାଷୀଙ୍କୁ ପରିଶୋଧ କରିବାକୁ ଉଠାଇଥିଲେ ସରୋଜ । ତେବେ ଏଭଳି ଘଟଣାରେ ପୁଲିସ୍ ଖୋଳତାଡ ଆରମ୍ଭ କରିଥିବା ଜଣାଯାଇଛି ।
from Odisha Reporter https://ift.tt/3chCFnR
No comments:
Post a Comment