କାମାକ୍ଷାନଗର(ବିଦ୍ୟାଧର ବରାଳ): ଆସନ୍ତା ବିବାହ ଋତୁରେ ଝିଅକୁ ହାତକୁ ଦି ହାତ କରିଥାନ୍ତି। ତା’ ପାଇଁ ସବୁ ଜିନିଷ କିଣିକି ରଖିଥିଲି। ହେଲେ ନିଆଁରେ ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା। ଏବେ କୋଉଠୁ ଟଙ୍କା ଆଣି ଝିଅ ବାହାଘର କରିବି। କ’ଣ ଦେଇ ତାକୁ ଶାଶୁ ଘର ପଠାଇବି। ” ମନର କୋହକୁ ଏପରି ଭାବେ ପ୍ରକାଶ କରିଛନ୍ତି ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ବିଶ୍ୱନାଥ ପ୍ରଧାନ ନାମକ ବ୍ୟକ୍ତି।
ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୩ ବଖରା ଘର ଜଳି ପୋଡ଼ି ପାଉଁସ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।
ନିଆଁ ଲାଗିଯିବା ଫଳରେ ଗାଁର ଧନୁ ପ୍ରଧାନଙ୍କ ୨ ବଖରା ଘର, ଶରତ ପ୍ରଧାନଙ୍କର ୨ ବଖରା ଘର, କାର୍ତ୍ତିକ ପ୍ରଧାନଙ୍କର ତିନି ବଖରା ଘର, ନାରାୟଣ ପ୍ରଧାନଙ୍କର ୨ ବଖରା ଘର ଏବଂ ବିଶ୍ୱନାଥ ପ୍ରଧାନଙ୍କର ୪ ବଖରା ଘର ଜଳିଯାଇଛି।
from Odisha Reporter https://ift.tt/2wUZgq1
No comments:
Post a Comment