ଭୋପାଲ: କ୍ଷମତାରେ ରହିବା ନେଇ ଦେଶର ହାର୍ଟଲ୍ୟାଣ୍ଡ (ମଧ୍ୟପ୍ରଦେଶ)ର ଶାସକ ଦଳ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ହେବାକୁ ଯାଉଛି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଅପରାହ୍ନରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କମଲନାଥ ସରକାର। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରେସ କନଫରେନସ କରିବାକୁ ଯାଉଛନ୍ତି। ମଧ୍ୟାହ୍ନ ୧୨ଟାରେ ପ୍ରେସ କନଫରେନସର ସମୟ ରହିଛି। ଏହି ସମୟରେ କିନ୍ତୁ ନିଜ ସରକାର ଭାଙ୍ଗିବା ନେଇ ମୁଖ୍ୟମନ୍ତ୍ରୀ କମଲନାଥ ଘୋଷଣା କରିପାରନ୍ତି।
ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦିଗବିଜୟ ସିଂହ ପ୍ରତିକ୍ରିୟା ରଖିଛନ୍ତି। କମଲନାଥ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିପାରିବେ ନାହିଁ ବୋଲି ଦିଗବିଜୟ ସିଂହ କହିଛନ୍ତି।
ଗୁରୁବାର ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବାଚସ୍ପତି ଏନ ପ୍ରସାଦ ପ୍ରଜାପତି ଗୃହୀତ ହୋଇନଥିବା ୧୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୬ କଂଗ୍ରେସ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିଥିଲେ। ମୋଟ୍ ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇ ସାରିଛନ୍ତି। ତେଣୁ ପ୍ରେସ କନଫେରନସ କରି ଆସ୍ଥା ଭୋଟ୍ ପୂର୍ବରୁ ସରକାର ଭାଙ୍ଗିବା ନେଇ ସୂଚନା ଦେଇପାରନ୍ତି।
ଅନ୍ୟପଟେ ଶିବରାଜ ସିଂହ ଚୌହ୍ୱାନ ମଧ୍ୟପ୍ରଦେଶ ଡିଜିପିଙ୍କୁ ଚିଠି ଲେଖି ବିଜେପି ବିଧାୟକଙ୍କ ସୁରକ୍ଷା ମାଗିଛନ୍ତି। ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ନରୋତ୍ତମ ମିଶ୍ର ମଧ୍ୟ ଦଳୀୟ ହୁଇପ୍ ଜାରି କରିଛନ୍ତି। କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଗୋବିନ୍ଦ ସିଂହ ମଧ୍ୟ ବିଧାୟକଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/2U5uZOl
No comments:
Post a Comment