କରୋନା ବିଷୟରେ ଗୁଜବ ପ୍ରଚାର କରି ବନ୍ଧା ହେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

କରୋନା ବିଷୟରେ ଗୁଜବ ପ୍ରଚାର କରି ବନ୍ଧା ହେଲେ ଯୁବକ

ଊମରକୋଟ(କାର୍ତ୍ତିକ ମଲ୍ଲିକ): ସୋଶାଲ ମିଡିଆରେ କରୋନା ବିଷୟରେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ମିଥୁନ ହାଲଦାର। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭାରସୁଣ୍ଡି ଗାଁରେ।

ମିଥୁନ ଗାଁର ଏକ ମାଂସ ଦୋକାନ ସମ୍ମୁଖରେ ରହି ମାଂସ ମଧ୍ୟରେ କୋରନା ଭାଇରସ୍‌ ରହିଥିବା ନେଇ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିଲେ। ଏହାପରେ ରାଇଘର ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ତେବେ ରାଇଘର ଥାନା ଅଧିକାରୀ ସରିତା ମହାପାତ୍ରଙ୍କ ସୂଚନା ଅନୁଯାୟୀ, ୧୭ ତାରିଖରେ ମିଥୁନ ଗାଁରେ ଥିବା ଏକ ଖାସି ମାଂସ ଦୋକାନରେ କଟା ଯାଇଥିବା ଖାସିରେ କରୋନା ଭାଇରସର ଜୀବାଣୁର ସଂକେତ ଥିବା କଥା କହିବା ସହ ମାଂସ ନ ଖାଇବାକୁ ଲୋକଙ୍କୁ  ପ୍ରବର୍ତ୍ତାଇଥିଲେ। ଏଥିସହ ଏକ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିଥିଲେ। ଉକ୍ତ ଭାଇରାଲ ଭିଡିଓକୁ ଥାନା ଅଧିକାରୀ ୧୮ତାରିଖ ରାତିରେ ଦେଖି ତ୍ୱରିତ ପଦକ୍ଷେପ ନେଇ ମିଥୁନଙ୍କୁ ଗିରଫ କରିଥିଲେ।



from Odisha Reporter https://ift.tt/3dfiiIA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages