ଜେଲ୍‌ରେ ଆୟ କରିଥିଲେ ୧.୩୭ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ଜେଲ୍‌ରେ ଆୟ କରିଥିଲେ ୧.୩୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ୭ ବର୍ଷର ଅପେକ୍ଷାର ଅନ୍ତ ହୋଇଛି। ଆଉ ନିର୍ଭୟା ଓ ତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିଛି। ୨୦୧୨ ଡିସେମ୍ବର ୧୬ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଭୋର୍ ଠିକ୍ ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ଶେଷ ସମୟରେ କେବଳ ମୁକେଶଙ୍କୁ ତାଙ୍କ ପରିବାର ଲୋକେ ଭେଟି ପାରିଥିଲେ। ଗିରଫ ହେବା ପର ଠାରୁ ଏହି ସବୁ ଦୋଷୀମାନେ ଜେଲ୍‌ରେ ଥିଲେ। ଜାନୁଆରୀ ମାସରେ ଫାଶୀ ପାଇଁ ଡେଥ୍‌ ୱାରେଣ୍ଟ୍ ଜାରି ହେବା ପରଠାରୁ ସେମାନେ ଚିନ୍ତିତ ହୋଇପଡ଼ିଥିଲେ। ତେବେ ତା’ପୂର୍ବରୁ ମୁକେଶକୁ ଛାଡ଼ି ଦେଲେ ଅନ୍ୟମାନେ ଜେଲ୍‌ରେ ନିୟମ ଅନୁଯାୟୀ କାମ କରୁଥିଲେ। ଆଉ କାମ ବାବଦକୁ ସେମାନେ ମିଶି ୧ ଲକ୍ଷ ୩୭ ହଜାର ଟଙ୍କା ଆୟ କରିଥିଲେ।
ଅକ୍ଷୟ ସର୍ବାଧିକ ୬୯ ହଜାର ଟଙ୍କା ଆୟ କରିଥିଲା ବେଳେ ପୱନ ୨୯ ହଜାର ଓ ବିନୟ ୩୯ ହଜାର ଟଙ୍କା ଆୟ କରିଥିଲେ। ଏବେ ଏହି ଟଙ୍କାକୁ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯିବ। ଏହା ସହିତ ଫାଶୀଖୁଣ୍ଟରେ ଝୁଲି ସାରିଥିବା ଏହି ଚାରି ଦୋଷୀଙ୍କୁ ପୋଷାକପତ୍ର ଓ ଅନ୍ୟ ସାମଗ୍ରୀ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯିବ।



from Odisha Reporter https://ift.tt/3d8tGpo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages