ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ କଳାକାରଖାନା କର୍ମଚାରୀଙ୍କ ପାଇଁ ବି ଜାରି ହେଲା ଗାଇଡଲାଇନ୍। କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିପରି କର୍ମଚାରୀ ହାତ ଧୋଇବେ ଏବଂ ସଫା ସୁତରା ରହିବେ ସେ ନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ହୋଇଛି। ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଘରେ ରହିବାକୁ କୁହାଯାଇଛି।
ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦୪ ନମ୍ବରକୁ ଫୋନ୍ କରି ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି। କାରଖାନାରେ ଏକାସଙ୍ଗେ ଅଧିକ ଲୋକଙ୍କୁ କାମରେ ନିୟୋଜିତ ନ କରିବାକୁ ପରାମର୍ଶ ଦିଆଯାଇଛି।
ଏହାବ୍ୟତୀତ ଯଦି, କରୋନା ଲକ୍ଷଣ ଜଣାପଡ଼େ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି।.ଏନେଇ ଫ୍ୟା୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଏନ୍ ତିରୁମାଲା ନାୟକଙ୍କ ପକ୍ଷରୁ ରାଜ୍ୟର ସମସ୍ତ କଳ କାରଖାନା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।
from Odisha Reporter https://ift.tt/2wgFBAY
No comments:
Post a Comment