ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ ଶୁଣାଣି କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ ଶୁଣାଣି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଅଗଷ୍ଟରୁ ଗୃହବନ୍ଦୀ ଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବାକୁ ଯଦି ଚାହୁଁଛ ତା’ହେଲେ ଶୀଘ୍ର ଛାଡ଼। କେନ୍ଦ୍ର ସରକାର ଓ ଜମ୍ମୁ କଶ୍ମୀର ପ୍ରଶାସନକୁ ଏହା କହିଛନ୍ତି ସୁପ୍ରିମକୋର୍ଟ। ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ ଆସନ୍ତା ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ଓ ଜମ୍ମୁ କଶ୍ମୀର ପ୍ରଶାସନକୁ ଏହା କହିଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ ଅରୁଣ ମିଶ୍ର ଏବଂ ଏମଆର ଶାହାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖିଛି ପ୍ରଶାସନ। ନିକଟରେ ସରକାର ପିଏସଏ ଆକ୍ଟ ମଧ୍ୟ ଲାଗୁ କରିଛନ୍ତି। ସରକାରଙ୍କ ଏହି ଆକ୍ଟକୁ ଚ୍ୟାଲେଞ୍ଜ କରି ଓମାର ଅବଦୁଲ୍ଲାଙ୍କ ଭଉଣୀ ତଥା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସ୍ତ୍ରୀ ସାରା ଅବଦୁଲ୍ଲା ପାଇଲଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ଆବେଦନର ଶୀଘ୍ର ଶୁଣାଣି ପାଇଁ ସାରା ଦାବି କରିଥିଲେ। ତାଙ୍କ ପକ୍ଷରୁ କଂଗ୍ରେସ ସାଂସଦ କପିଲ ଶିବଲ୍ ପକ୍ଷ ରଖିଥିଲେ। ମାମଲାର ଶୁଣାଣି ପାଇଁ କୋର୍ଟ ଏକ ତାରିଖ ସ୍ଥିର କରିବା ଉଚିତ ବୋଲି ସେ କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାରେ ସଲିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖିଛନ୍ତି। କେନ୍ଦ୍ରର ଜବାବ ପରେ ମାମଲାର ଚୂଡାନ୍ତ ଶୁଣାଣି ହେବ ବୋଲି ସୂଚନା ରହିଛି।

ଓମାରଙ୍କ ବ୍ୟତୀତ ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ମଧ୍ୟ କୋର୍ଟ ପିଏସଏ ଲାଗୁ କରିଛନ୍ତି। ସେ ମଧ୍ୟ ଗୃହବନ୍ଦୀ ହୋଇ ରହିଛନ୍ତି।



from Odisha Reporter https://ift.tt/2IVqDmH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages