ଲକ୍‌ଡାଉନ୍‌ ଯୋଗୁ ବନ୍ଦ ଥିଲା ଦୋକାନ; ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

ଲକ୍‌ଡାଉନ୍‌ ଯୋଗୁ ବନ୍ଦ ଥିଲା ଦୋକାନ; ଲାଗିଗଲା ନିଆଁ

ନରସିଂହପୁର(ଦିଲୀପ ପଣ୍ଡା): କଟକ ଜିଲ୍ଲା ନରସିଂହପୁର କ୍ଲବ୍‌ ଛକ ଠାରେ ଥିବା ଏକ ପାନ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନର ସମସ୍ତ ସାମଗ୍ରୀ ଜଳି ଯାଇଛି।

ନରସିଂହପୁର ଥାନା ଅନ୍ତର୍ଗତ ନୂଆପାଟଣା ଗାଁର କାଠିଆ ସାହୁ କ୍ଲବ୍‌ ଛକଠାରେ ଏକ ପାନ ଦୋକାନ କରିଥିଲେ।  ହେଲେ ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଦୋକାନ ବନ୍ଦ ଥିଲା।  ଗତକାଲି ବିଳମ୍ୱିତ ରାତିରେ ତାଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ତେବେ ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।



from Odisha Reporter https://ift.tt/3dzYjo2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages