କରୋନାରେ ଚାଲିଗଲେ ବାବା, ଏକାନ୍ତବାସରେ ଗଲେ ୪୦ ହଜାର ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

କରୋନାରେ ଚାଲିଗଲେ ବାବା, ଏକାନ୍ତବାସରେ ଗଲେ ୪୦ ହଜାର ଭକ୍ତ

ଅମୃତସର: ଦେଶ ଏବେ ଲକ୍‌ଡାଉନ୍। ଏହାରି ଭିତରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ନିକଟରେ ଇଟାଲୀ ଏବଂ ଜର୍ମାନୀ ଭ୍ରମଣ ସାରି ଫେରିଥିଲେ। ପେଶାରେ ସେ ଜଣେ ବାବା। ବିଦେଶରୁ ଫେରିଥିଲେ ମଧ୍ୟ ସରକାରଙ୍କ ନିୟମକୁ ନମାନି ପର୍ବରେ ସାମିଲ୍ ହୋଇଥିଲେ। ଯେଉଁଥିରେ ତାଙ୍କ ସହିତ ସାମିଲ୍ ହୋଇଥିଲେ ୨୦ଟି ଗାଁର ୪୦ ହଜାର ଲୋକ। ତାଙ୍କର ମୃତ୍ୟୁ ପରେ ଏସବୁ ତଥ୍ୟ ସାମ୍ନାକୁ ଆସିଛି। ଯାହାକି ପ୍ରଶାସନ ପାଇଁ ଅଡ଼ୁଆ ସାବ୍ୟସ୍ତ ହୋଇଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଯାବତ ୮୮୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ପଞ୍ଜାବର। ଏଯାଏ କୌଣସି ବର୍ଗ ବା କମ୍ୟୁନିଟିକୁ ଏହି କିଲର ଭାଇରସ ବ୍ୟାପିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ହେଲେ ଏହି ମୃତ ବାବାଙ୍କ ଜରିଆରେ କରୋନା କମ୍ୟୁନିଟିକୁ ବ୍ୟାପିପାରେ ବୋଲି ଏବେ ଆକଳନ କରିଛି ପଞ୍ଜାବ ପ୍ରଶାସନ। ଏହାପରେ ୨୦ଟି ଗାଁର ସମସ୍ତ ଲୋକଙ୍କୁ ଏକାନ୍ତବାସରେ ରଖାଯାଇଥିବା ଜଣାପଡ଼ିଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ହେଲେ କରୋନା ପରୀକ୍ଷା ସଂଖ୍ୟା ଦେଶରେ କମ୍ ରହିଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଠିକ୍ ଭାବରେ ଜଣାପଡ଼ିନି। ଆବଶ୍ୟକ କିଟ୍ ନଥିବାରୁ କରୋନା ପରୀକ୍ଷା ସମସ୍ତଙ୍କର ହୋଇପାରୁନି।

ବିବିସିର ରିପୋର୍ଟ ଅନୁଯାୟୀ, ମୃତ ୭୦ ବର୍ଷ ବୟସ୍କଙ୍କ ନାମ ବଳଦେବ ସିଂହ। ମୃତ୍ୟୁ ପୂର୍ବରୁ ଶିଖଙ୍କ ପର୍ବ ହୋଲା ମୋହଲାରେ ସାମିଲ୍ ହୋଇଥିଲେ। ମୋଟ୍ ୬ ଦିନ ଧରି ଏହି ପର୍ବ ଚାଲିଥିଲା। ପ୍ରତିଦିନ ୧୦, ୦୦୦ ଲୋକ ସାମିଲ୍ ହୋଇଥିଲେ। ବଳଦେବଙ୍କ ମୃତ୍ୟୁ ପରେ ତାଙ୍କର ୧୯ ଜଣ ସମ୍ପର୍କୀୟ କରୋନାରେ ସଂକ୍ରମିତ ହୋଇଛନ୍ତି।



from Odisha Reporter https://ift.tt/39oPt9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages