କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ସବ୍ୟସାଚୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ସବ୍ୟସାଚୀ

ଭୁବନେଶ୍ୱର (ଓଡିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦେଉଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।  ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦେଇଛନ୍ତି। ସବ୍ୟସାଚୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି।  

ଏଥିରେ ସେ ୧ ଲକ୍ଷ ଟଙ୍କାର ଚେକ୍‌ର ଫଟୋ ଶେଆର କରିଉନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ କୋଭିଡ୍-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ ସମର୍ଥନ କରି ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧ ଲକ୍ଷ ଟଙ୍କା ଦେଇଛନ୍ତି। ତା’ସହିତ ସମସ୍ତେ ସହାୟତାରେ ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି। 

 

ସବ୍ୟସାଚୀ ଲେଖିଛନ୍ତି ଯେ ୭ ଦିନ ଘରେ ରହିବା ପରେ ସେ ଏହି ଚେକ୍ ଡିପୋଜିଟ୍ କରିବାକୁ ବ୍ୟାଙ୍କକୁ ଯାଇଥିଲେ। ଏଥିପାଇଁ ସେ ୧୦୦ (ପୁଲିସ୍ କଣ୍ଟ୍ରୋଲ୍ ରୁମ୍‌)କୁ ଡାଏଲ୍ କରିଥିଲେ ଓ ବାହାରକୁ ଯିବାର ଉଦ୍ଦେଶ୍ୟ ସଂପର୍କରେ ଜଣାଇଥିଲେ। ଏହାପରେ ସେମାନେ ତତ୍‌କ୍ଷଣାତ୍ ଏକ ଅସ୍ଥାୟୀ ପାସ୍ ତାଙ୍କୁ ଦେଇଥିଲେ, ଯାହା ଏସ୍‌ଏମ୍‌ଏସ୍ ଜରିଆରେ ଆସିଥିଲା। ତା’ପରେ ସେ ବ୍ୟାଙ୍କ ଯାଇଥିଲେ। ଏହା ସହିତ ସେ କହିଛନ୍ତି ଯେ ସମସ୍ତଙ୍କ ସୁରକ୍ଷା ପାଇଁ ଲକ୍‌ଡାଉନ୍ କରାଯାଇଛି। କିନ୍ତୁ କିଛି ଅଟକି ଯାଇନାହିଁ। ଜରୁରୀସେବା ଭଲ ଭାବେ ଚାଲୁଛି। ତେଣୁ କେହି ଭୟଭୀତ ହେବା ଦରକାର ନାହିଁ। କେବଳ ସୁରକ୍ଷିତ ରହିବାର ଆବଶ୍ୟକତା ରହିଛି।   

ସୂଚନାଯୋଗ୍ୟ, ଓଡ଼ିଶାରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବା ଅନେକ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ବା ଏକାନ୍ତବାସରେ ରଖାଯାଇଛି।  



from Odisha Reporter https://ift.tt/2UAIXqs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages