କରୋନା ଷ୍ଟେଜ୍ ଥ୍ରୀ ଆଶଙ୍କା, ସତର୍କ ରହିବାକୁ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

କରୋନା ଷ୍ଟେଜ୍ ଥ୍ରୀ ଆଶଙ୍କା, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂକ୍ରମଣର ଷ୍ଟେଜ୍ ଥ୍ରୀ ସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଆଜି ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି।

ତୃତୀୟ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ବିଷୟରେ ସବିଶେଷ ତଥ୍ୟ ଦେବା ଅବସରରେ ସେ କହିଛନ୍ତି, ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। କିନ୍ତୁ ଏବେ ଦିଲ୍ଲୀ ଓ ହରିୟାଣାରୁ ଫେରୁଥିବା ଲୋକେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ତେଣୁ ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି। ସେଥିପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ।

ଶ୍ରୀ ବାଗ୍‌ଚୀ ଆହୁରି କହିଛନ୍ତି, ଓଡ଼ିଶାରେ କରୋନାରେ ଆକ୍ରାନ୍ତ ହୋଇଥିବା ତୃତୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। ତାଙ୍କ ବୟସ ୬୦ ବର୍ଷ। ସେ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରୁ ହରିଆଣାର ରିୱାଡ଼ା ଯାଇ ୧୦ ତାରିଖରେ ଭୁବନେଶ୍ୱର ଫେରିଥିଲେ। ଇଣ୍ଡିଗୋ ବିମାନ 6E 2014 ବିମାନରେ ସେ ଫେରିଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ଥିଲେ। ମାର୍ଚ୍ଚ ୧୩ରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ମାର୍ଚ୍ଚ ୧୬ରେ ବିଧାନସଭା ଡିସ୍ପେନ୍‌ସାରୀକୁ ଚିକିତ୍ସା ପାଇଁ ଯାଇଥିଲେ। ଏହା ପରେ୨୧ରେ କର କ୍ଲିନିକ ଯାଇ ୨୩ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ୨୪ରେ ସେଠାରୁ ଡିସାର୍ଚଜ୍ ହେବା ପରେ ୨୫ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ଯାଇଥିଲେ। ସେଦିନ ତାଙ୍କୁ ସେଠାରେ ଆଡ୍‌ମିଟ୍ କରାଯାଇଥିଲା। ତା’ପରେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଗତକାଲି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

ସେ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତ ଲୋକଙ୍କୁ ଖୋଜା ଯାଉଛି। କର କ୍ଲିନିକ ଓ ବିମାନରେ ସେଦିନ ତାଙ୍କ ସହିତ ଥିବା ସମସ୍ତ ଲୋକ ୧୦୪କୁ ଫୋନ୍ କରି କ୍ୱାରେଣ୍ଟାଇନରେ ରହନ୍ତୁ ବୋଲି ଶ୍ରୀ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।



from Odisha Reporter https://ift.tt/33QBNTp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages