ତିନି ମାସ ପାଇଁ ଋଣ କିସ୍ତି ନନେବାକୁ ବ୍ୟାଙ୍କକୁ ପରାମର୍ଶ ଦେଲା ଆରବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 26, 2020

ତିନି ମାସ ପାଇଁ ଋଣ କିସ୍ତି ନନେବାକୁ ବ୍ୟାଙ୍କକୁ ପରାମର୍ଶ ଦେଲା ଆରବିଆଇ

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ଆରବିଆଇ ୦.୭୫ ପ୍ରତିଶତ ରେପୋ ରେଟ୍ କମାଇଛି। ଏହାବାଦ୍ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କୁ ଆଶ୍ୱସ୍ତି ଦେବାକୁ ସମସ୍ତ ବ୍ୟାଙ୍କ ଗୁଡ଼ିକୁ ଆରବିଆଇ ପ୍ରସ୍ତାବ ଦେଇଛି। ଆଗାମୀ ତିନି ମାସ ପର୍ଯ୍ୟନ୍ତ ବକେୟା ଋଣ କିସ୍ତି ନନେବାକୁ କହିଛି। ଏହାପରେ ପୂର୍ବପରି ଗ୍ରାହକଙ୍କ ପାଖରୁ କିସ୍ତି ନେବାକୁ ଆରବିଆଇ ପ୍ରସ୍ତାବ ଦେଇଛି। ସମସ୍ତ ଆଞ୍ଚଳିକ, ଗ୍ରାମୀଣ, ସମବାୟ, ହାଉସିଂ ଫାଇନାନ୍ସ କମ୍ପାନୀକୁ ଏହି ପରମର୍ଶ ଦେଇଛି ଆରବିଆଇ। ତେବେ ସଂପୃକ୍ତ ବ୍ୟାଙ୍କ କତ୍ତୃପକ୍ଷ ଏ ବାବଦରେ ନିଜସ୍ୱ ନିଷ୍ପତ୍ତି ନେବେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। କିସ୍ତି ତିନି ମାସ ବିଳମ୍ୱରେ ହେଲେ କୌଣସି ବ୍ୟକ୍ତିଙ୍କ କ୍ରେଡିଟ୍ ଇତିହାସ ଉପରେ ପ୍ରଭାବ ପଡ଼ିବନି ବୋଲି ଆରବିଆଇ କହିଛି।

ବିଶ୍ୱ ମହାମାରୀ କରୋନା ଭାଇରସ ପାଇଁ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଲୋକଙ୍କୁ ଆର୍ଥିକ ବୋଝରୁ ଆଶ୍ୱାସନା ଦେବାକୁ ଯାଇ ଆରବିଆଇ ଏଭଳି ପ୍ରସ୍ତାବ ଦେଇଛି। ମାସ ଏବେ ଶେଷ ହେବାକୁ ଯାଉଛି। ତେଣୁ କିସ୍ତି ଦେବାକୁ ପଡ଼ିବ। ଆରବିଆଇର ଏହି ପ୍ରସ୍ତାବ ଯଦି ବ୍ୟାଙ୍କ ଗୁଡ଼ିକ ମାନିବେ ତା’ହେଲେ ମଧ୍ୟବିତ୍ତ ପରିବାର କିସ୍ତି ବୋଝରୁ ସାମୟିକ ଆଶ୍ୱାସନା ପାଇବେ।

ସୂଚନାଯୋଗ୍ୟ, ସପ୍ତାହେ ପୂର୍ବରୁ ଆର୍ଥିକ ସେବା ବିଭାଗର ସଚିବ ଦେବଶିଷ ପଣ୍ଡା ଆରବିଆଇକୁ ଚିଠି ଲେଖି ମାସିକିଆ କିସ୍ତି (ଇଏମଆଇ), ସୁଧ ଏବଂ ଋଣ ପରିଶୋଧରେ ସାମୟିକ ରୋକ୍ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ।



from Odisha Reporter https://ift.tt/39sS4iI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages