କରୋନା ଆକ୍ରାନ୍ତଙ୍କ ସହ କେମିତି ବ୍ୟବହାର କରୁଛି ପାକିସ୍ତାନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

କରୋନା ଆକ୍ରାନ୍ତଙ୍କ ସହ କେମିତି ବ୍ୟବହାର କରୁଛି ପାକିସ୍ତାନ?

ଇସଲାମାବାଦ: ଭାରତବାସୀ ଏକାଠି ହୋଇ ମହାମାରୀ କରୋନାର ମୁକାବିଲା କରୁଛନ୍ତି। ସେଥିପାଇଁ ଲକ୍‌ଡାଉନ୍ ବେଳେ ଦେଶବାସୀ ଘରେ ରହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପ୍ରଥମେ ଜନତା କର୍ଫ୍ୟୁକୁ ଦେଶବାସୀ ସମର୍ଥନ କରିଥିଲେ ଏବେ ଲକ୍‌ଡାଉନକୁ ମଧ୍ୟ ସମର୍ଥନ କରୁଛନ୍ତି। କାଁ ଭାଁ ଲୋକମାନେ ମାନୁନଥିବା ଦେଖିବାକୁ ମିଳୁଛି। ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି କିମ୍ୱା ସନ୍ଦିଗ୍ଧ ଅବସ୍ଥାରେ ରହିଛନ୍ତି ସେମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି।

ହେଲେ ପାକିସ୍ତାନରେ ଏହାର ବୀପରିତ ଚିତ୍ର ଦେଖିବାକୁ ମିଳିଛି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ପାକିସ୍ତାନ ସେନା ଆକ୍ରାନ୍ତଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ନହେଲେ ଗିଲିଗିଟ ବାଲ୍ଟିସ୍ତାନକୁ ପଠାଇ ଦେଉଥିବା ଜଣାପଡ଼ିଛି। ଅନ୍ୟପଟେ ପାକିସ୍ତାନ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମୀରପୁର ଏବଂ ଅନ୍ୟ ପ୍ରମୁଖ ସହରରେ ଏକାନ୍ତବାସ ବ୍ୟବସ୍ଥା କରିଛି ପାକିସ୍ତାନ ସରକାର।

ପାକିସ୍ତାନ ସେନାର ଶୀର୍ଷ ଅଧିକାରୀ କିନ୍ତୁ ନିର୍ଦ୍ଦେଶ ଦେଇଛନ୍ତି, କୌଣସି ଏକାନ୍ତବାସ ବା କ୍ୱାରେଣ୍ଟାଇନ ବ୍ୟବସ୍ଥା ସେନା କ୍ୟାମ୍ପର ପରିସରରେ ନହେବା ଦରକାର। ଏହି କାରଣ ପାଇଁ ମୀରପୁର ସହର ଏବଂ ଗିଲଗିଟ ବାଲଟିସ୍ତାନରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କୁ ଅନ୍ୟତ୍ର ବଳପୂର୍ବକ ସ୍ଥାନାନ୍ତର କରାଯାଉଛି। ଏହାକୁ ନେଇ ପିଓକେବାସୀ ଏବେ ଭୟଭୀତ ହୋଇ ପଡ଼ିଛନ୍ତି। କାରଣ କରୋନା ମୁକାବିଲା ପାଇଁ ପାକିସ୍ତାନ ସରକାର ଯଦି ଏଠାରେ ହସ୍ପିଟାଲ ଖୋଲିବେ ତାହେଲେ ପିଓକେରେ ଏହି କରୋନା ଦୌରାତ୍ମ୍ୟ ଦେଖାଇପାରେ।

ସେହିପରି ଜାତୀୟ ଗଣମାଧ୍ୟମ ଦ ଗାର୍ଡିଆନରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ଦୁର୍ଗନ୍ଧ ସ୍ଥାନ ଗୁଡ଼ିକରେ ଏକାନ୍ତବାସ ବ୍ୟବସ୍ଥା କରିଛନ୍ତି। ଇରାନ ସହିତ ପାକିସ୍ତାନର ସୀମାରେ ଥିବା ବାଲି ଅଞ୍ଚଳରେ କ୍ୱାରେଣ୍ଟାଇନ ଶିବିର ଖୋଲିଛନ୍ତି ପାକ୍ ସରକାର। ଗୋଟିଏ ପର୍ଯ୍ୟାୟରେ ୬,୦୦୦ରୁ ଅଧିକ ଲୋକ ରହୁଥିବା ବେଳେ ଆବର୍ଜନା ଏବଂ ଦୁର୍ଗନ୍ଧ ବାହାରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାକିସ୍ତାନରେ ଏବେ କରୋନାରେ ୧୨୦୩ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ୯ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/39nfuFO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages