ପଞ୍ଚମ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ହେଲା ନୂଆ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

ପଞ୍ଚମ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ହେଲା ନୂଆ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ୍‌ ୧ ତାରିଖରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏଥିସହିତ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଛି।

ଭୁବନେଶ୍ୱରସ୍ଥିତ ଏମସ୍‌ରେ ତାଙ୍କ ନମୂନା ପଜିଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଥିଲା। ଏଥିସହ ତାଙ୍କ ଘର ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରରେ ବୋଲି ସୂଚନା ଦିଆଯାଇଥିଲା।  ତେବେ ପଞ୍ଚମ କରୋନା ଆକ୍ରାନ୍ତଙ୍କୁ ନେଇ ଏବେ ନାନା ଆଶଙ୍କା ଦେଖାଦେଇଛି। ସେ ବିଦେଶ ଗସ୍ତ କରି ନଥିବା ବେଳେ ରାଜ୍ୟ ବହାରକୁ ମଧ୍ୟ ଯାଇ ନାହାନ୍ତି। ହେଲେ ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ଅନ୍ୟପକ୍ଷରେ ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ନେଇ ଆଉ ଏକ ଖୁଲାସା ହୋଇଛି। ଗତ ମାର୍ଚ୍ଚ ୧୫ରେ ସଂପୃକ୍ତ କରୋନା ପଜିଟିଭ ଆକ୍ରାନ୍ତଙ୍କ ଘରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଅନେକ ଲୋକେ ସାମିଲ ହୋଇଥିଲେ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଏନେଇ ୟୁନିଟ୍ ୬ର ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ ଦାସ କହିଛନ୍ତି,“ମୁଁ ଯାହା ଶୁଣୁଛି ମାର୍ଚ୍ଚ ୧୫ ତାରିଖରେ ସେ ଭଦ୍ର ଲୋକ ନିଜ ଘରେ ଗାୟତ୍ରୀ ଠାକୁରଙ୍କ ଏକ ଉତ୍ସବ କରିଥିଲେ। ପ୍ରାୟ ୩୦ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରିଥିଲେ। ହେଲେ ଯେଉଁମାନେ ସେଠାକୁ ଯାଇଥିଲେ  ସେମାନେ ଏବେ ସାମ୍ନାକୁ ଆସୁନାହାନ୍ତି l  ସରକାର ଆମକୁ ବହୁତ ପ୍ରକାର ସାହାଯ୍ୟ ଯୋଗାଇ ଦେଉଛନ୍ତି। ଆମେ ସରକାର ଓ ଗଣମାଧ୍ୟମକୁ ସାହାଯ୍ୟ କଲେ ଆମେ ଏହି ରୋଗକୁ ରୋକି ପାରିବା।”

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ସଂପୃକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୫ରେ ଗୁରୁତର ଭାବେ ଥଣ୍ଡା ରୋଗରେ ସଂକ୍ରମିତ ହୋଇଥିଲେ। ଏହାପରେ ସେ  ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକକୁ ଯାଇଥିଲେ। ପରେ କାଶ ବଢ଼ିବାରୁ ୧୨ ତାରିଖରେ ପୁଣି ସେହି କ୍ଲିନକକୁ ଯାଇଥିଲେ। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା।

ଏହାପରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ମାର୍ଚ୍ଚ ୨୭ ତାରିଖ ଅପରାହ୍ନରେ ସେ ସମ୍ ହସ୍ପିଟାଲ ଓପିଡିକୁ ଯାଇଥିଲେ।  ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ୱର ଏମସ୍‌ ଓପିଡିକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ ପରେ ଘରକୁ ଫେରି ଆସିଥିଲେ।  କିନ୍ତୁ ୩୧ ତାରିଖରେ ପୁଣି ନିଃଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିବାରୁ ଏମସ୍‌ରେ ଭର୍ତ୍ତି ହୋଇଥିଲେ। ଆଉ ପରୀକ୍ଷା ପରେ ଏପ୍ରିଲ୍ ୧ ତାରିଖରେ ତାଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା।

ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନହିତ ପାଇଁ ପଞ୍ଚମ ଆକ୍ରାନ୍ତଙ୍କ ପରିଚୟ ଜଣାଇବା ଜରୁରୀ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ। ତାଙ୍କ ନାଁ ପ୍ରଦୀପ୍ତ ଦଳ ବେହେରା। ଭୁବନେଶ୍ୱର ସ୍ଥିତ ୟୁନିଟ-୭ ସୂର୍ଯ୍ୟନଗରସ୍ଥିତ ପ୍ଲଟ ନମ୍ବର ୩୭ରେ ତାଙ୍କ ଘର ବୋଲି ବିଏମ୍‌ସି କମିଶନର ସୂଚନା ଦେଇଥିଲେ। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦିଆଯାଇଛି।

ସମ୍ପୃକ୍ତ ବ୍ୟକ୍ତି ପୂର୍ବରୁ ବିଦେଶ ଗସ୍ତ କରି ନଥିବାରୁ ସେ କିପରି କରୋନାରେ ଆକ୍ରାନ୍ତ ହେଲେ ତାହା ଏବେ ଖୋଜା ଚାଲିଛି। ଏଥିପାଇଁ ବିଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଚାରି ପାଖରୁ ସିଲ କରି ଦିଆଯାଇଛି। ମାତ୍ର ଏଥିଯୋଗୁ ଭୟଭୀତ ନ ହେବାକୁ କୁହାଯାଇଛି l

ଏପରିକି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଘର ସାମ୍ନାରେ ପରିବା,  ଗ୍ରୋସେରୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଏମସି କମିସନର କହିଛନ୍ତି।

 



from Odisha Reporter https://ift.tt/34aU7Xp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages