ରବିବାର ରାତି ୯ଟା ପାଇଁ ମୋଦିଙ୍କ ଆହ୍ୱାନ, ୯ ମିନିଟ୍ ପାଇଁ କରିବାକୁ ହେବ ଏହି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

ରବିବାର ରାତି ୯ଟା ପାଇଁ ମୋଦିଙ୍କ ଆହ୍ୱାନ, ୯ ମିନିଟ୍ ପାଇଁ କରିବାକୁ ହେବ ଏହି କାମ

ନୂଆଦିଲ୍ଲୀ: “ଏପ୍ରିଲ୍ ୫ ତାରିଖ ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦିଅନ୍ତୁ। ଦୀପ ଓ ମହମବତୀ ଜାଳି ଝରକା କିମ୍ବା ବାଲ୍‌କୋନୀ ପାଖରେ ଛିଡ଼ା ହୁଅନ୍ତୁ। ଦୀପ ବା ମହମବତୀ ବଦଳରେ ଟର୍ଚ୍ଚ ଲଗାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରି ବି ଆପଣମାନେ ୯ ମିନିଟ୍ ପାଇଁ ଘରର ଝରକା ଓ ବାଲ୍‌କୋନୀ ନିକଟରେ ଛିଡ଼ା ହୋଇପାରିବେ। ଆପଣ ଦୀପ ଜାଳିଲେ ଆଲୋକର ମହାଶକ୍ତିକୁ ଅନୁଭବ କରିପାରିବେ। କରୋନା ଚେନ୍‌ ଭାଙ୍ଗିବାକୁ ଏହା ଏକ ବଡ଼ ରାମବାଣ। ଏହି ରାମବାଣ କରୋନର ଲଢ଼େଇରେ ବଡ଼ ମହୌଷଧୀ ହେବ।” ଆଜି ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି। ତେବେ ତା’ସହିତ ଦୀପ, ମହବବତୀ ଧରି ଆଦୌ ରାସ୍ତାକୁ ନ ଆସିବାକୁ ତଥା ଭିଡ଼ ନ ଜମାଇବାକୁ ସେ ବିଶେଷ ଭାବେ ଦେଶବାସୀଙ୍କୁ ପ୍ରାର୍ଥନା କରିଛନ୍ତି।

 

ଏହା ସହିତ ଏଯାବତ୍ କରୋନା ବିରୋଧୀ ଲଢ଼େଇରେ ଦେଶବାସୀ ଯେଉଁ ସାହସ ଦେଖାଇଛନ୍ତି ଓ ସହଯୋଗ କରିଛନ୍ତି, ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଲକ୍‌ଡାଉନ୍‌ ବେଳେ ଆପଣମାନେ ଅନୁଶାସନ ଓ ସେବା ମନୋଭାବ ଦେଖାଇଛନ୍ତି। ଜନତା-ଶାସନ-ପ୍ରଶାସନ ସମସ୍ତେ ସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି। ଦେଶବାସୀ ସାମୂହିକ ଶକ୍ତିର ପରିଚୟ ଦେଇଛନ୍ତି। ଆମେ ଏକୁଟିଆ ନାହୁଁ, ସମସ୍ତେ ଏକଜୁଟ ଅଛୁ। କୋଟି କୋଟି ଜନତାଙ୍କ ଶକ୍ତି ଆମ ମନୋବଳ ବଢ଼ାଇଛି।

ଏହି ଭିଡିଓରେ ସେ ପୁଣି ଥରେ ଦେଶବାସୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପୁଣି ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଏକାଠି ଜମା ହୁଅନ୍ତୁ ନାହିଁ। ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ସାମାଜିକ ଦୂରତ୍ୱର ଲକ୍ଷ୍ମଣରେଖାକୁ ଆଦୌ ଅତିକ୍ରମ କରନ୍ତୁ ନାହିଁ।

ସୂଚନାଯୋଗ୍ୟ, ୨୦୨ଟି ଦେଶକୁ ଏବେ ଏହି କରୋନା ମହାମାରୀ ବ୍ୟାପିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪୩ରେ ପହଞ୍ଚିଛି। ସେହିଭଳି ୭୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୧ ଜଣ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ୨,୨୮୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୋଟ୍ ୧,୦୧୫,୭୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩, ୨୦୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨,୯୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/2UWvR7k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages