କରୋନା କୋପ, ଜେଲ୍‌ରେ କଏଦୀଙ୍କ ସୁରକ୍ଷା ବଢ଼ାଉଛି ଚିନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

କରୋନା କୋପ, ଜେଲ୍‌ରେ କଏଦୀଙ୍କ ସୁରକ୍ଷା ବଢ଼ାଉଛି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସମଗ୍ର ବିଶ୍ୱରେ  କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏଥିରୁ ରକ୍ଷା ପାଇବାକୁ ସବୁଠୁ ଅଧିକ ଗୁରୁତ୍ୱ ସାମାଜିକ ଦୂରତା ଉପରେ ଦିଆଯାଉଛି। ହେଲେ ଓଡ଼ିଶାରେ ଥିବା ବିଭିନ୍ନ ଜେଲରେ କ୍ଷମତାଠାରୁ ଅଧିକ ବନ୍ଦୀ ଥିବାରୁ ତାହା ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କରୋନା ଯେପରି ଜେଲ କଏଦୀଙ୍କୁ ନ ବ୍ୟାପେ ସେଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ ଆଗୁଆ ପଦକ୍ଷେପ ନେବା ଆରମ୍ଭ କଲେଣି।

ଓଡ଼ିଶାର ବିଭିନ୍ନ ଜେଲରେ ଏବେ ୧୭,୫୧୯ ଜଣ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩,୭୫୩ କଏଦୀ ଏବଂ ୧୩, ୭୬୬ଜଣ ବିଚାରାଧିନ ବନ୍ଦୀ ଅଛନ୍ତି। କରୋନା ପାଇଁ ଗତ ମାର୍ଚ୍ଚ ୨୦ତାରିଖରୁ ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ୧୮୭୩ ଜଣଙ୍କୁ ବିଭିନ୍ନ ଜେଲରୁ ଛଡ଼ାଯାଇଛି।

ସେହିପରି ଯେଉଁ ଜେଲରେ ଅଧିକ ସଂଖ୍ୟାରେ କଏଦୀ ଅଛନ୍ତି ସେମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ୯୮୯ ଜଣ ବନ୍ଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି। ୨୦ଜଣ ବନ୍ଦୀଙ୍କୁ ପାରୋଲରେ ଛଡ଼ାଯାଇଛି।

ଜେଲ୍‌ ଆଇଜିଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ୧୭୭ଜଣଙ୍କୁ ମୁକ୍ତ କରାଯାଇଛି। ଏନେଇ ଜେଲ ବିଭାଗ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2xHYME8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages