ଭୁବନେଶ୍ୱର(ଓଡିଶା ରିପୋର୍ଟର): କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ବଢ଼ାଇବା ପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ହାଇ ରିସ୍କ ଥିବା ୯ଟି ଜିଲ୍ଲାର ସହରାଞ୍ଚଳରେ କୌଣସି ମତେ ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ। କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ହିଁ ଏହି ଜିଲ୍ଲାଗୁଡ଼ିକରେ ଘରୋଇ ଗାଡ଼ି ଚଳାଚଳ କରିବ।
ସେହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି ଏବଂ ଢେଙ୍କାନାଳ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସେହିପରି ଗ୍ରାମାଞ୍ଚଳରେ ଜଳ ସମ୍ପଦ ବିଭାଗର ଅଧା ବାକି ଥିବା କାମ ଚାଲୁ ରହିବ। ରାସ୍ତା ନିର୍ମାଣ, କୋଠା, MSME, ଶିଳ୍ପ ପ୍ରକଳ୍ପ ଚାଲିବ। ଲକଡାଉନ୍ କଟକଣା ଏହି ସବୁ କାର୍ଯ୍ୟ ପାଇଁ ଲାଗୁ ହେବ ନାହିଁ।
ସେହିଭଳି ପୂର୍ତ୍ତ ବିଭାଗର ବିଭିନ୍ନ ନିର୍ମାଣ କାମ ଗ୍ରାମାଞ୍ଚଳରେ ଚାଲିବ। ଯେଉଁଥିରେ ରହିଛି ପୋଲ, ଜାତୀୟ ରାଜପଥ ନିର୍ମାଣ ଇତ୍ୟାଦି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ହେଉଥିବା ମାସ୍କ ନିର୍ମାଣ, ପିପିଇ ଓ ସାନିଟାଇଜର୍ ଭଳି ଜରୁରୀ ସେବା ସାମଗ୍ରୀ ଉତ୍ପାଦନ ଓ ବିକ୍ରି ଏହି ଲକ୍ଡାଉନ ବେଳେ ଚାଲିପାରିବ।
ଏହାଛଡ଼ା ବିଦ୍ୟୁତ୍ ବିଭାଗର ବିଭିନ୍ନ କାର୍ଯ୍ୟ ବି ଲକଡାଉନ୍ ସମୟରେ ଚାଲୁ ରହିବ। ତେବେ ଏସବୁ କାମ କଲାବେଳେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏପ୍ରିଲ ୧୪ ପରେ ଦେଶରେ ଲକ୍ଡାଉନ୍ ଅବଧିକୁ ମେ ୩ ଯାଏ ବଢ଼ାଇଛନ୍ତି କେନ୍ଦ୍ର ସରକାର।
from Odisha Reporter https://ift.tt/2zcuKJx
No comments:
Post a Comment