ରାଷ୍ଟ୍ରୀୟ ‘ସାଂସ୍କୃତିକ ଐତିହ୍ୟ’ ତାଲିକାରେ ମାଣବସା, ଛଉ ଏବଂ ରାବଣଛାୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

ରାଷ୍ଟ୍ରୀୟ ‘ସାଂସ୍କୃତିକ ଐତିହ୍ୟ’ ତାଲିକାରେ ମାଣବସା, ଛଉ ଏବଂ ରାବଣଛାୟା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଇଣ୍ଟାଞ୍ଜିବଲ୍‌ କଳଚରାଲ ହେରିଟେଜ୍‌ ବା ‘ନିରୁତା ସାଂସ୍କୃତିକ ଐତିହ୍ୟ’ର ରାଷ୍ଟ୍ରୀୟ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଓଡ଼ିଶାର ୩ଟି ସାଂସ୍କୃତିକ କାର୍ଯ୍ୟକ୍ରମ ବା ପରମ୍ପରା ସ୍ଥାନ ପାଇଛି। ଗୋଟିଏ ମାର୍ଗଶୀର ମାସର ମାଣବସା ଗୁରୁବାର ବା ଲକ୍ଷ୍ମୀ ପୂଜା ଏବଂ ଅନ୍ୟ ଦୁଇଟି ଛଉ ନୃତ୍ୟ ଏବଂ ରାବଣଛାୟା।

ଏପରି ତାଲିକା ପ୍ରସ୍ତୁତି ବାବଦରେ କୁହାଯାଇଛି, ଏହା ଭାରତରେ କିଭଳି ବିବଧ ସଂସ୍କୃତି ଏହାର ନିରୁତା ବା ଖାଣ୍ଟି ଐତିହ୍ୟ ସବୁରେ ଛନ୍ଦା ହୋଇ ରହିଛି ତାହା ଦର୍ଶାଉଛି। ଏହା ଫଳରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଐତିହ୍ୟ ବାବଦରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କରାଯାଇପାରିବ।

ଏହି ତାଲିକାରେ ମାଣବସା ଗୁରୁବାର ପ୍ରଥା, ଛଉ ନୃତ୍ୟ ଏବଂ ରାବଣଛାୟା ବାବଦରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏତଦ୍‌ବ୍ୟତୀତ ଛଉ ଏବଂ ରାବଣଛାୟାର ଭିଡିଓର ଲିଙ୍କ ମଧ୍ୟ ରହିଛି। ଏହି ଭିଡିଓ ସବୁ ମନ୍ତ୍ରଣାଳୟ ହିଁ ପ୍ରସ୍ତୁତ କରିଛି।

ମାଣବସା ବାବଦରେ କୁହାଯାଇଛି, ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ଦିନ ଦେବୀ ଲକ୍ଷ୍ମୀଙ୍କ ଆରାଧନା ପାଇଁ ମାଣବସା ଗୁରୁବାର ପାଳନ କରାଯାଇଥାଏ। ଏହି ଅବସରରେ ଷୋଡ଼ଶ ଶତାବ୍ଦୀରେ କବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀପୁରାଣ ପାଠ କରାଯାଇଥାଏ। ଏଥିରେ ବର୍ଣ୍ଣନା କରାଯାଇଛି, ମହିଳାଙ୍କ ସ୍ଥାନ ପରିବାରର ଶାନ୍ତି, ପ୍ରଗତି ଏବଂ ସୁଖର କେନ୍ଦ୍ରରେ ରହିଛି। ଏଥିରେ ମହିଳାଙ୍କ ଭୂମିକାକୁ ଗୌରବାନ୍ୱିତ କରୁଥିବା କାହାଣୀ ବର୍ଣ୍ଣନା କରାଯିବା ସହ ଅସ୍ପୃଶ୍ୟତା ଭଳି ଘୃଣ୍ୟ ପ୍ରଥାକୁ ନିନ୍ଦା କରାଯାଇଛି। ଏହି ଅବସରରେ ଚିତା ଆଙ୍କିବା ଏବଂ ଲକ୍ଷ୍ମୀଙ୍କ ପ୍ରତିରୂପ ପୂଜା କରିବା ଆଦି ବାବଦରେ ମଧ୍ୟ ବର୍ଣ୍ଣନା କରାଯାଇଛି।

ଏଥିରେ ଛଉକୁ ପୂର୍ବ ଭାରତର ପ୍ରମୁଖ ନୃତ୍ୟ ଭାବ ଅଭିହିତ କରାଯାଇଛି। ଏହାର ୩ଟି ଶୈଳୀ ଯଥା ଷଢ଼େଇକଳା, ମୟୁରଭଞ୍ଜ ଏବଂ ପୁରୁଲିଆ। ଏହି ୩ ଅଞ୍ଚଳରେ ଅଧିକମାତ୍ରାରେ ଓଡ଼ିଆ ଭାଷାଭାଷୀ ବସବାସ କରୁଥିଲେ ହେଁ ଏସବୁ ବର୍ତ୍ତମାନ ୩ ଟି ରାଜ୍ୟରେ ଅଛି। ବସନ୍ତ ଋତୁରେ ଚୈତ୍ର ପର୍ବ ବେଳେ ଏହା ମୁଖ୍ୟ ଆକର୍ଷଣ ପାଲଟିଥାଏ। ଏହା ନୃତ୍ୟ ଏବଂ ଯୁଦ୍ଧ କୌଶଳର ଏକ ସମ୍ମିଶ୍ରଣ ଯେଉଁଥିରେ ରାମାୟଣ, ମହାଭାରତ ଏବଂ ଅନ୍ୟ କିଛି ଗାଥା ନୃତ୍ୟ ଆକାରରେ ପ୍ରଦର୍ଶିତ କରାଯାଇଥାଏ।

ସେହିଭଳି ରାବଣଛାୟା ବାବଦରେ ମଧ୍ୟ ଏତିରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏଥିରେ କୁହାଯାଇଛି, ଭାରତରେ ଏଭଳି ଛାୟା କଣ୍ଢେଇ ନୃତ୍ୟ ୬ ପ୍ରକାର ରହିଛି। ଓଡ଼ିଶାରେ ରାବଣଛାୟା ଶୈଳୀରେ ଏହା ପ୍ରଦର୍ଶିତ ହୁଏ। ଏତିରେ ରାମାୟଣ, ମହାଭାରତର କିଛି ଅଧ୍ୟାୟ ସହ ସ୍ଥାନୀୟ ଲୋକକଥା ମଧ୍ୟ ସ୍ଥାନ ପାଇଥାଏ। ଏଥିରେ ମନୋରଞ୍ଜନ ସହ ସାମାଜିକ ବାର୍ତ୍ତା ମଧ୍ୟ ନିହିତ ଥାଏ। ଏହା ସାଧାରଣତଃ ଛକ ସ୍ଥାନ ଦେଖି ବା ମନ୍ଦିର ପ୍ରାଙ୍ଗଣରେ ପ୍ରଦର୍ଶନ କରାଯାଇଥାଏ। ଏଭଳି ନୃତ୍ୟ ପଶ୍ଚିମରେ ମହାରାଷ୍ଟ୍ରରୁ ଆରମ୍ଭ କରି, ଦକ୍ଷିଣରେ କର୍ଣ୍ଣାଟକା, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ପୂର୍ବରେ ଓଡ଼ିଶାରେ ପ୍ରଦର୍ଶିତ ହୋଇଥାଏ।



from Odisha Reporter https://ift.tt/3bj6ALq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages