ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ୍ ହୋଇଛି। ଏହି ସମୟରେ କିଛି ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଛି। ତେଣୁ ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ଅବଲମ୍ୱନ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଏସ୍ଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦ୍ୱରତ୍ୱକୁ ଗୁରୁତ୍ୱ ଦିଆଯିବ। କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ଠିକାଦାର କରିବେ। ଗାଡ଼ି କ୍ଷମତାଠାରୁ ୩୦ରୁ ୪୦ ପ୍ରତିଶତ କ୍ଷମତାର ପରିବହନ ଅନୁମତି ଦିଆଯାଇଛି।
କାର୍ଯ୍ୟସ୍ଥଳୀରେ ବାଲ୍ଟି, ମଗ୍, ସାବୁନ ଓ ଟାୱେଲ୍ ରଖାଯିବ। ୬୦ ବର୍ଷରୁ ଅଧିକ ବର୍ଷର ଶ୍ରମିକଙ୍କୁ କାମରେ ଲଗାଯାଇ ପାରିବ ନାହିଁ। ଅସୁସ୍ଥ ଥିବା ଶ୍ରମିକଙ୍କୁ କାମରେ ନିୟୋଜିତ କରିପାରିବେନି ଠିକାଦାର ।
କାର୍ଯ୍ୟସ୍ଥଳୀରେ କେହି ଗୁଟଖା, ପାନ ଛେପ ଓ ତମାଖୁ ଖାଇପାରିବେ ନାହିଁ। ଖରା ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି।
from Odisha Reporter https://ift.tt/3bvqnas
No comments:
Post a Comment