ସିବିଏସ୍ଇର ବାକି ୧୦ମ ଶ୍ରେଣୀ ପରୀକ୍ଷା ହେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ସିବିଏସ୍ଇର ବାକି ୧୦ମ ଶ୍ରେଣୀ ପରୀକ୍ଷା ହେବନି

ନୂଆଦିଲ୍ଲୀ: ୨୦୧୯-୨୦ ଶିକ୍ଷାବର୍ଷ ଶେଷ ହୋଇ ଆସୁଥିବା ବେଳେ କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ୍ ରହିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଏଭଳି ସ୍ଥିତିରେ ୧୦ମ ଶ୍ରେଣୀ ପରୀକ୍ଷା ଆଉ ହେବନାହିଁ ବୋଲି ସିବିଏସ୍ଇ ନିଷ୍ପତ୍ତି ନେଇଛି। ଲକଡାଉନ୍ ପୂର୍ବରୁ କିଛି ବିଷୟରେ ପରୀକ୍ଷା ହୋଇଥିଲା ଆଉ କିଛି ବାକି ରହିଥିଲା। ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ଦେଖି ବାକି ପରୀକ୍ଷା କରିବା ସମ୍ଭବ ନୁହେଁ। ସେହି ବିଷୟ ଗୁଡ଼ିକର ପରୀକ୍ଷା କ୍ଲାସ ପରୀକ୍ଷାରେ ହୋଇଥିବା ଇଣ୍ଟରନାଲ ମାର୍କ ଏବଂ ଅନ୍ୟାନ୍ୟ ଆଧାରରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯିବ ବୋଲି ସିବିଏସଇ ବୋର୍ଡ ନିଷ୍ପତ୍ତି ନେଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାବଦରେ ବୋର୍ଡ କତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇନଥିବା ସୂଚନା ଦେଇଛନ୍ତି ସିବିଏସ୍ଇ ସଚିବ ଅନୁରାଗ ତ୍ରିପାଠୀ।

ସିବିଏସ୍ଇ ସଚିବ ଅଭିଭାବକଙ୍କ ଉଦ୍ଦେଶ୍ୟକେ କହିଛନ୍ତି, ସାରା ବିଶ୍ୱ ଏବେ କରୋନାକୁ ସାମ୍ନା କରୁଛି। ଏଥିପାଇଁ ଭୟଭୀତ ହେବାର ଆବଶ୍ୟକ ନାହିଁ। ଖାଲି ଭାରତ ନୁହେଁ ଏଭଳି ନିଷ୍ପତ୍ତି ଅନ୍ୟ ସ୍ଥାନରେ ମଧ୍ୟ ନିଆଯାଉଛି। ଏ ସମୟରେ ଅଭିଭାବକମାନେ ଧୌର୍ଯ୍ୟବାନ ହେବା ଦରକାର ବୋଲି ସେ କହିଛନ୍ତି।



from Odisha Reporter https://ift.tt/2y8TL8e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages