ସାଇକେଲ୍‌ରେ ସୁରତରୁ ନୂଆପଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ସାଇକେଲ୍‌ରେ ସୁରତରୁ ନୂଆପଡ଼ା

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ବନ୍ଦ ହେତୁ ବାହାର ରାଜ୍ୟରେ ହାତ ବାନ୍ଧି ବସିଛନ୍ତି ବହୁ ଶ୍ରମିକ।  ପାଖରେ ଥିବା ଟଙ୍କା ସରିଯିବାରୁ ଭୋକ ଉପାସରେ କଟୁଛି ଦିନ। ଏପଟେ  ଓଡ଼ିଶାକୁ ଫେରିବାକୁ ଗାଡ଼ିମୋଟର ସବୁ ବନ୍ଦ ରହିଛି। ସବୁ ପଟୁ ନିରାଶ ହେବା ପରେ ଶେଷରେ ସାଇକେଲରେ ସୁରତରୁ ଗଞ୍ଜାମ ଜିଲ୍ଲା ସୋରଡ଼ାକୁ ବାହାରିଛନ୍ତି ୬ ଶ୍ରମିକ।

ଅଦ୍ୟାବଧୀ ସେମାନେ ୧୩ ଦିନ ମଧ୍ୟରେ ୧୧୦୦ କି.ମି ଅତିକ୍ରମ କରି ସାରି ଗତକାଲି ଓଡ଼ିଶା ସୀମା ନୂଆପଡ଼ା ଜିଲ୍ଲାରେ ପ୍ରବେଶ କରିଥିଲେ। ଏହାପରେ ନୂଆପଡ଼ାରୁ ଏହି ଶ୍ରମିକମାନେ ନିଜ ଗାଁ ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଭିମୁଖେ ବାହାରିଥିଲେ। ସେମାନେ ସନ୍ଧ୍ୟା ସୁଦ୍ଧା ନୂଆପଡ଼ା ଜିଲ୍ଲା ସୀମା ଅତିକ୍ରମ କରି ବଲାଙ୍ଗିର ଜିଲ୍ଲାରେ ପ୍ରବେଶ କରିଥିବା ସୂଚନା ମିଳିଥିଲା। 

ମିଳିଥିବା ସୂଚନା ଅନୁସାରେ, ଏହି ଶ୍ରମିକମାନେ ପେଟପାଟଣା ପାଇଁ ସୁରତରେ ଥିବା ଏକ କପଡ଼ା ମିଲ୍‌କୁ କାମ କରିବାକୁ ଯାଇଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବାରୁ କପଡ଼ା ମିଲ୍‌ ବନ୍ଦ ହୋଇଯାଇଥିଲା। କାମ ବନ୍ଦ ହୋଇଯିବାରୁ ସେମାନେ ଦୁଇ ମୁଠା ଖାଇବାକୁ ପାଇ ନଥିଲେ। ଶେଷରେ ସେମାନେ ଓଡ଼ିଶା ଫେରିବାକୁ ଯୋଜନା କରିଥିଲେ।

ଲକ୍‌ଡାଉନ ପାଇଁ ବସ୍‌ ଓ ଟ୍ରେନ୍‌ ଚାଲୁ ନଥିବାରୁ ସାଇକେଲ ଯୋଗେ ଛଅ ଜଣ ଶ୍ରମିକ ନିଜ ଯାତ୍ରା ଆରମ୍ଭ କରିଥିଲେ।  ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି, ଭୋକ ଉପାସରେ ସେମାନେ ୧୧୦୦ କିମି ବାଟ ଅତିକ୍ରମ କରି ସାରିଲେଣି।  ଏଥିପାଇଁ ସେମାନଙ୍କୁ ୧୩ ଦିନ ସମୟ ଲାଗିଥିଲା।

ଏବେ ସବୁ ଦୋକାନ, ବଜାର, ହୋଟେଲ ବନ୍ଦ ଥିବାରୁ ଏହି  ଯାତ୍ରା ସମୟରେ ଅନେକ ଦିନ ସେମାନେ ଭୋକ ଉପାସରେ କଟାଇଛନ୍ତି। କେବେ କେବେ ଲୋକଙ୍କୁ ମାଗି ଖାଇଛନ୍ତି ତ କେତେବେଳେ ଖାଲି ପେଟରେ ସାଇକେଲ ଚଳାଇ ଚଳାଇ ମାଇଲ ମାଇଲ ବାଟ ଅତିକ୍ରମ କରିଛନ୍ତି । ଏହି ଶ୍ରମିକମାନେ ନିଜ ଗାଁ ଗଞ୍ଜାମ ଜିଲ୍ଲାର ସୋରଡ଼ାକୁ ଯିବେ। ଏଥିପାଇଁ ୩୦୦ କିଲୋକମିଟର ଯାତ୍ରା କରିବାକୁ ପଡ଼ିବ।

ଜଣେ ଶ୍ରମିକ କହିଛନ୍ତି,“ ସୁରତରେ କାମ କରୁଥିଲୁ। କରୋନା ପାଇଁ ତାହା ବନ୍ଦ ହୋଇଗଲା। ଆମେ ଖାଇବାକୁ ପାଇଲୁ ନାହିଁ। ସେଥିପାଇଁ ଆମେ ଓଡ଼ିଶା ପଳାଇ ଆସିଲୁ।”



from Odisha Reporter https://ift.tt/35h5kWR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages