କାଲିଠୁ ଗଞ୍ଜାମ ଜିଲ୍ଲାରେ ହଟିବ କିଛି କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

କାଲିଠୁ ଗଞ୍ଜାମ ଜିଲ୍ଲାରେ ହଟିବ କିଛି କଟକଣା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମରେ କିଛିଟା କଟକଣା କୋହଳ ହେବ। ଗଞ୍ଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍‌ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ।  ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯିବ।

ପବ୍ଲିକ ଟ୍ରାନ୍ସପୋର୍ଟ କିନ୍ତୁ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକରେ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ ହେବ। ଏଥିପାଇଁ ଜିଲ୍ଲାରେ ସୋଶାଲ ଡିସ୍‌ଟାନ୍ସିଂ ମନିଟରିଂ ସ୍କ୍ୱାଡ ଗଠନ କରାଯାଇଛି।

ମନ୍ଦିର, ମସଜିଦ, ଚର୍ଚ୍ଚ ବନ୍ଦ ରହିବ।  ବାହାଘର ଭଳି ସାମାଜିକ ଉତ୍ସବ ଉପରେ କଟକଣା ରହିବ।  ଶବ ସତ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ। ସାମାଜିକ ଦୂରତା ରଖି ଶ୍ରମିକମାନେ କାମ କରିବେ।  ଏନେଇ ବିଡିଓ ଓ ତହସିଲଦାରଙ୍କ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି।

ତେବେ ରାସ୍ତା କଡ଼ରେ ଥିବା ଠେଲା ଦୋକାନ, ପାନ, ଗୁଟଖା, ମଦ ଦୋକାନ ସଂପୂର୍ଣ୍ଣଭାବେ ବନ୍ଦ ରହିବ।  ଗତକାଲି ସୁଦ୍ଧା ଜିଲ୍ଲାରେ ୮ଶହଟି ଟେଷ୍ଟ ହୋଇଛି ଓ ସମସ୍ତ ନମୂନା ନେଗେଟିଭ ବାହାରିଥିବା ଜିଲ୍ଲପାଳ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2VmLpmm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages