କରୋନା ଟେଷ୍ଟ କରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ଛାଡ଼ିବାକୁ କୋର୍ଟରେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

କରୋନା ଟେଷ୍ଟ କରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ଛାଡ଼ିବାକୁ କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଲକଡାଉନ୍ ଅବଧି ବୃଦ୍ଧି ପାଇଛି। ପ୍ରବାସୀ ଶ୍ରମିକମାନେ ଅନେକ ଅସୁବିଧାରେ ରହୁଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରବାସୀ ଶ୍ରମିକଙ୍କ କରୋନା ପରୀକ୍ଷା କରି ସୁରକ୍ଷିତ ଭାବରେ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ଦରକାର। ଏ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଛି।

ମାର୍ଚ୍ଚ ୨୪ ରେ ପ୍ରଥମେ ୨୧ ଦିନିଆ ଲକଡାଉନ୍ ଘୋଷଣା ହୋଇଥିଲା। ଏହାପରେ ପୁଣିଥରେ ୧୮ ଦିନ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛି କେନ୍ଦ୍ର। ଯାହାକି ପ୍ରବାସୀ ଶ୍ରମିକଙ୍କୁ ଅଧିକ ଅଡ଼ୁଆରେ ପକାଇଛି। ଏବେ ଏହି ଶ୍ରମିକମାନେ ବିଭିନ୍ନ ଆଶ୍ରୟସ୍ଥଳୀ ରହୁଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି।

ସେହିପରି ପରିବହନ ସେବା ବନ୍ଦ ରହିଥିବାରୁ ପ୍ରବାସୀ ଶ୍ରମିକ ଘରକୁ ଫେରିପାରି ନାହାନ୍ତି। କିଛି ଶ୍ରମିକ ଘରକୁ ପାଦରେ ଚାଲିଚାଲି ଫେରୁଥିବା ବେଳେ ରାସ୍ତାରେ ମୃତ୍ୟୁ ବରଣ କରିଛନ୍ତି। ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ, ପ୍ରବାସୀ ଶ୍ରମିକଙ୍କୁ ସୃପୃକ୍ତ କମ୍ପାନୀ ଦରମା ପ୍ରଦାନ ନକରିବାରୁ ସେମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲକଡାଉନ୍ ସମୟରେ ନିଜ ଘରେ ରହୁଥିବା ବ୍ୟକ୍ତିଙ୍କ ତୁଳନାରେ ପ୍ରବାସୀ ଶ୍ରମିକମାନେ ଅଧିକ ବାହାରେ ରହିଛନ୍ତି। ଏହି ଶ୍ରମିକଙ୍କ ପାଇଁ ଖାଦ୍ୟ ବଡ଼ ସମସ୍ୟା ପାଲଟିଛି। ଏହା ଧାରା ୧୪ ଅନୁଯାୟୀ ସେମାନଙ୍କର ଅଧିକାରର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଧାରା ୧୯ (୧) (ଡି) ଭାରତର ସମଗ୍ର ଅଞ୍ଚଳରେ ମୁକ୍ତ ଭାବରେ ଚାଲିବାର ଅଧିକାର ଏବଂ ଧାରା ୧୯ (୧) (ଇ) ଅନୁଯାୟୀ ପ୍ରବାସୀ ଶ୍ରମିକମାନଙ୍କର ମୌଳିକ ଅଧିକାର ( ଦେଶରେ ଯେ କୌଣସି ସ୍ଥାନରେ ରହିବା ଏବଂ ବସବାସ କରିବାର ଅଧିକାର)। ତେଣୁ ଏହି ଧାରାରେ ପ୍ରବାସୀ ଶ୍ରମିକଙ୍କୁ ଛଡ଼ାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।



from Odisha Reporter https://ift.tt/2XOOAVo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages